ସାପ ଏବଂ ବିଛାଙ୍କର ହେଲା ଘମାଘୋଟ ଲଢ଼େଇ, ଦେଖନ୍ତୁ କାହାର ହେଉଛି ଜିତ୍ ସବଳର ନା ଦୁର୍ବଳର

ସାପ ଏବଂ ନେଉଳର ଲଢ଼େଇ ତ ଆପଣ ଶୁଣିଥିବେ, କିନ୍ତୁ କଣ ଆପଣ କେବେ ଭାବିପାରୁଛନ୍ତି ଗୋଟିଏ ବିଛା ବିରାଟ ବଡ ଅଜଗର ସହିତ ଲଢ଼େଇ କରିବା କଥା। ହଁ ଆଜ୍ଞା ଏହି ଆଶ୍ଚର୍ଯ୍ୟ ଲାଗୁଥିବା ଭଳି ଘଟଣା ବାସ୍ତବରେ ଘଟିଛି। ଆଉ ଦେଖିବାକୁ ମିଳିଛି ସାପ ଏବଂ ବିଛାର ଘମାଘୋଟ ଲଢ଼େଇ। ଏହି ଦୃଶ୍ୟକୁ ସେଠାରେ ଥିବା କେହି ଜଣେ ବ୍ୟକ୍ତି ରେକର୍ଡ କରିନେଲେ ଆଉ ଯାହାପରେ ଦେଖୁ ଦେଖୁ ଭିଡିଓଟି ଖୁବ୍ ଭାଇରାଲ ହେବାୋ ଲାଗିଛି। ତାହେଲେ ଆସନ୍ତୁ ଦେଖିବା ଏହି ଆଶ୍ଚର୍ଯ୍ୟ ଲାଗୁଥିବା ଘମାଘୋଟ ଲଢ଼େଇରେ କାହାର ଜିତ୍ ହେଉଛି? ସବଳର ନା ଦୁର୍ବଳର। ତେବେ ଏହା ଜାଣିବାକୁ ହେଲେ ଆପଣଙ୍କୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ହେବ।
ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ବିରାଟ ବଡ ଅଜଗରକୁ ଏକ ବିଛା ସାଙ୍ଘାତିକ ଭାବରେ ଜାବୁଡି ଧରିଛି। ଅବଶ୍ୟ ଏ ବିଛାଟି ଆକାରରେ ସାଧାରଣ ବିଛା ଠାରୁ ବଡ। ତେବେ ସାପଟି ବିଛାର ଜାଲରୁ ମୁକୁଳିବାକୁ ଚେଷ୍ଟା କରୁଛି କିନ୍ତୁ ବିଛା ଅଜଗରକୁ ଛାଡିଲେ ତ। ସାପଟି ନିଜକୁ ରକ୍ଷା କରିବାକୁ ଏପଟ ସେପଟ ଗଡୁଛି କିନ୍ତୁ ବିଛାଟି ତାକୁ ଶକ୍ତ ଭାବରେ ଜାବୁଡି ଧରିଛି। ଅନେକ ଗଡାପଡା ଲାଗିବା ପରେ ବିଛାଟି ସାପକୁ ଛାଡିନଥିଲା। ସାପଟି ମଧ୍ୟ ଫଣା ଟେକି ବିଛାକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି କିନ୍ତୁ ବିଛା ଆହୁରି ଜୋରରେ ଜାବୁଡି ଧରିଲା ସାପଟିକୁ। ତେବେ ଏ ଦୃଶ୍ୟ ଦେଖି ଏମିତି ଲାଗୁଛି ଯେମିତି ଆଜି ଅଜଗରକୁ ବିଛା ହରାଇ କି ହିଁ ରହିବ। ଶେଷରେ ଏୟା ହିଁ ହେଉଛି ବିଛା ପାଖରେ ହାର ମାନିଲା ଅଜଗର। ଆଉ ଏହି ଖତରନାକ ଲଢ଼େଇରେ ଜିତିବାରେ ସଫଳ ହୋଇପାରିଲା ବିଛା।
ତେବେ ଏହି ଭିଡିଓ ଦେଖି ଗୋଟିଏ କଥା ସିଖିବାକୁ ମିଳିଲା ଯେ ସବୁବେଳେ ସବଳର ରାଜ୍ ଚାଲିନଥାଏ ବେଳେବେଳେ ଦୁର୍ବଳ ଦେଖାଯାଉଥିବା ଜୀବଟି ମଧ୍ୟ ନିଜ ପାରଙ୍ଗମ ଦେଖାଇ ବିଜୟ ହାସଲ କରିଥାଏ। ଆଉ ଏଥିରେ ଏହା ସମ୍ପୂର୍ଣ୍ଣ ଭାବରେ ପ୍ରମାଣ ହୋଇଯାଇଛି।