ଆଇପିଏଲ ୨୦୨୦: ଆଜିର ମ୍ୟାଚରେ ଭେଟିବେ ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲରେ ୧୩ ତମ ସିଜନର ୧୪ ତମ ମୁକାବିଲା ଶୁକ୍ରବାର ଦିନ ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଆବୁଧାବିର ଶେଖ୍ ଜାୟଦ ଷ୍ଟାଡିୟମ୍ରେ ଏହି ମୁକାବିଲା ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ। ଗତ ହାରିବାର ଦୁଃଖକୁ ଭୁଲି ନୂଆ ଜୋସ୍ ସହ ଉଭୟ ଟିମ୍ ମଇଦାନକୁ ଓହ୍ଲାଇବେ ଓ ଜିତ୍ ହାସଲ କରିବାକୁ ଚେଷ୍ଟା କରିବେ।

ଦିଲ୍ଲୀ ବିପକ୍ଷରେ ହାଇଦ୍ରାବାଦ ମ୍ୟାଚ ଜିତିଥିବା ବେଳେ ଏବେ ଚେନ୍ନାଇକୁ ମାତ୍‌ ଦେବା ପାଇଁ ଚେଷ୍ଟା କରିବ। ସେହିପରି ଚେନ୍ନାଇ ମଧ୍ୟ ମ୍ୟାଚ ଜିତିବାକୁ ଚେଷ୍ଟା କରିବ। ଦୁଇଟି ଯାକ ଦଳ ମ୍ୟାଚ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବ। ଏପରି ସ୍ଥଳେ ଦୁଇଟି ଯାକଦଳ କ’ଣ କୌଶଳ ଆପଣାଇବ ତାହା ପରେ ଦେଖିବାକୁ ମିଳିବ।

ipl 2020

ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ମୁରଲୀ ବିଜୟ, ଫାଫ୍ ଡୁ’ ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନ୍ଗିଡ଼ି, ଦୀପକ ଚହର, ପୀୟୂଷ ଚାୱଲା, ଋତୁରାଜ ଗାଏକ୍ବାଡ୍, ସାମ୍ କରନ, ଜୋସ୍ ହାଜେଲଉଡ୍।

ହାଇଦ୍ରାବାଦ ସମ୍ଭାବ୍ୟ ଦଳ: ଡେଭିଡ ଓ୍ଵାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି ନଟରାଜନ।