ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ବିଶ୍ୱକର୍ମା ପୂଜା ଏବଂ ଏହି ଦିନର ମହତ୍ୱ

ଚଳିତ ବର୍ଷ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ପୁରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ କରାଯିବ।। ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ। ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ। ଏହି ଦିନ ହିନ୍ଦୁ ଧର୍ମର ଲୋକମାନେ ନିଜର କାଯ୍ୟର୍ସ୍ଥଳରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିଶେଷ ପୂଜା-ଅର୍ଚ୍ଚନା କରିଥାନ୍ତି। ଉଲ୍ଲେଖ ରହିଛି ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ଘରେ ଧନ-ସମ୍ପତ୍ତିର ଅଭାବ ରହିନଥାଏ। ବିଶେଷ କରି ଏହି ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ହୋଇଥାଏ।

viswakarmaଭଗବାନ ବିଶ୍ୱକର୍ମାଙ୍କୁ ସୃଷ୍ଟିର ଦେବତା କୁହାଯାଇଥାଏ। ଉଲ୍ଲେଖ ରହିଛି ବିଶ୍ୱକର୍ମା ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ଲଙ୍କା ଆଦି ସ୍ଥାନ ନିର୍ମାଣ କରିଛନ୍ତି। ଏହିକାରଣରୁ ବିଶ୍ୱକର୍ମା ପୂଜା ଦିନ ବିଭିନ୍ନ ଯନ୍ତ୍ରପାତି ଏବଂ ମେସିନ୍‌ ପୂଜା କରାଯାଇଥାଏ। ପୌରାଣିକ ଶାସ୍ତ୍ର ଅନୁଯାୟୀ ଶ୍ରୀକ୍ଷେତ୍ରରେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ, ପୁଷ୍ପକ ବିମାନର ନିର୍ମାଣ, ସମସ୍ତ ଦେବତାମାନଙ୍କ ପାଇଁ ଗୃହ, କଣ୍‌ଓର୍ଙ୍କ କୁଣ୍ଡଳ, ଭଗବାନ ବିଷ୍‌ଓୁଙ୍କ ସୁଦର୍ଶନ ଚକ୍ର, ଭଗବାନ ଶଙ୍କରଙ୍କ ତ୍ରିଶୁଳ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

ଏହାସହ ପଢନ୍ତୁ: ଏହି ମନ୍ଦିରରେ ଆଜି ବି ରହିଛି ସମୁଦ୍ର ମନ୍ଥନ ବେଳେ ବାହାରିଥିବା ଅମୃତ କଳସ !

ବିଶ୍ୱକର୍ମା ପୂଜା ଦିନ ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରିବା ପରେ ପୂଜା ସ୍ଥାନରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରନ୍ତୁ। ହଳଦିଆ କିମ୍ବା ଧଳା ରଙ୍ଗର ଫୁଲ ମାଳ ଭଗବାନଙ୍କୁ ଅର୍ପଣ କରନ୍ତୁ। ସକ୍ଷମ ଅନୁଯାୟୀ ଦୀପ-ଧୂପ ଅର୍ପଣ କରନ୍ତୁ। ଏହାପରେ ନିଜର ସମସ୍ତ ଯନ୍ତ୍ରପାତିକୁ ଏକତ୍ରିତ କରି ଗୋଟିଏ ସ୍ଥାନରେ ରଖନ୍ତୁ। ଏହାପରେ ଭଗବାନଙ୍କୁ ଭୋଗ ଲଗାଇ ପୁଷ୍ପାଞ୍ଜଳି ଅର୍ପଣ କରି ଧ୍ୟାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.