ବାତ୍ୟା ଫନିରେ କ୍ଷତିଗ୍ରସ୍ତ ଶକ୍ତି ବିଭାଗ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ୫୦ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛି କୋଲ୍‌ ଇଣ୍ଡିଆ

ଭୁବନେଶ୍ବର: ବାତ୍ୟା ଫନିରେ କ୍ଷତିଗ୍ରସ୍ତ ଶକ୍ତି ବିଭାଗ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କୋଲ ଇଣ୍ଡିଆ ପକ୍ଷରୁ ସହାୟତା ପ୍ରଦାନ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କୁ ୫୦ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛି କୋଲ୍‌ ଇଣ୍ଡିଆ। କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୌଧୁରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ୍‌ ପ୍ରଦାନ କରିଥିଲେ। ଏହି ଅର୍ଥ ରାଶିକୁ ଓପିଟିସିଏଲ୍‌ ଜରିଆରେ ପୁନରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଏଥିରେ ପୁରୀ, ଭୁବନେଶ୍ୱର, କଟକ, ଓ କୋଲ ଇଣ୍ଡିଆର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରେ ଶକ୍ତି ଭିତ୍ତିଭୂମିର ଉନ୍ନତି ପାଇଁ ୩ଟି ୨୨୦ କେଭି ଓ ୨ଟି ୧୩୨ କେଭି ଟ୍ରାନ୍ସମିସନ୍‌ ଲାଇନ୍‌ ସ୍ଥାପନ କରାଯିବ ।