Below header

ତମ୍ବା ଧାତୁ ପିନ୍ଧିବା ଦ୍ୱାରା ବର୍ଷିଥାଏ ସୂର୍ଯ୍ୟଦେବଙ୍କ କୃପା, ଜାଣନ୍ତୁ ଧାରଣ କରିବେ କିପରି

ବୈଦିକ ଜ୍ୟୋତିଷଶାସ୍ତ୍ରରେ ପ୍ରତ୍ୟେକ ଧାତୁ କୁ କୌଣସି ନା କୌଣସି ଗ୍ରହର କାରକ କୁହାଯାଇଥାଏ  | ଏହାକୁ ଧାରଣ କରିବା ଦ୍ୱାରା ଜୀବନରେ ଶୁଭ ଏବଂ ଅଶୁଭ ପ୍ରଭାବ ପଡ଼ିଥାଏ | ଏସବୁ ମଧ୍ୟରୁ ଗୋଟିଏ ଧାତୁ ହେଉଛି ତମ୍ବା | ତମ୍ବା ଧାତୁ ସୂର୍ଯ୍ୟ ଗ୍ରହର କାରକ | ଏହାକୁ ତେଜ ଏବଂ ବଳଶାଳୀ ଗ୍ରହ କୁହାଯାଇଥାଏ | ସେହିଭଳି ତମ୍ବା ଧାତୁକୁ ପୂଜା ମଧ୍ୟ କରାଯାଇଥାଏ |

ପୁରାତନ ଯୁଗରୁ ଏହି ଧାତୁରେ ନିର୍ମିତ ପାତ୍ର ପୂଜା କାର୍ଯ୍ୟରେ ମଧ୍ୟ ବ୍ୟବହାର ହୋଇଆସୁଛି | ସେହିଭଳି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ଥିଲେ ମଜବୁତ କରିବା ପାଇଁ ତମ୍ବା ଧାତୁ ଧାରଣ କରିବା ପାଇଁ କୁହାଯାଇଥାଏ | ଏହାକୁ ଧାରଣ କରିବା ଦ୍ୱାରା ସୂର୍ଯ୍ୟ ମଜବୁତ ହେବା ସହ ଭାଗ୍ୟ ମଧ୍ୟ ମଜବୁତ ହୋଇଥାଏ |

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଲୋକମାନେ ନିଜର ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ତମ୍ବାରେ ନିର୍ମିତ ହୋଇଥିବା କଏନ ବ୍ୟବହାର କରିଥାନ୍ତି | ତେବେ ଜାଣନ୍ତୁ ତମ୍ବା କଏନ କୁ କିପରି ଧାରଣ କରାଯାଏ |

ମାନ୍ୟତା ରହିଛି ପୂଜା ଘରେ ତମ୍ବା ପତ୍ର ପ୍ରୟୋଗ କରିବା ସହ ଏହା ଦ୍ୱାରା ଯଦି କିଛି ଉପାୟ ପାଳନ କରାଯାଏ ତେବେ ସୂର୍ଯ୍ୟଦେବ ଶୁଭଫଳ ପ୍ରଦାନ କରିଥାନ୍ତି |

ତମ୍ବାର ଏହି ଲକେଟକୁ ଆପଣ ସୋମବାର,ମଙ୍ଗଳବାର କିମ୍ବା ଶନିବାର ଦିନ ସ୍ନାନ ସାରି ପୂଜାପାଠ ସାରି ଗଳାରେ ଧାରଣ କରନ୍ତୁ | ଯଦି ଆପଣ ବେକରେ ନପିନ୍ଧୁଛନ୍ତି ତେବେ ବାହୁରେ ମଧ୍ୟ ଧାରଣ କରିପାରିବେ |

ଏହି ଧାତୁ ଦେହରେ ପିନ୍ଧିବା ଦିନ କୌଣସି ମାଦକ ଦ୍ରବ୍ୟ କିମ୍ବା ଆମିଷ ଭୋଜନ କରିବେ ନାହିଁ |

ଏସବୁ ବ୍ୟତୀତ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହେବା ଦ୍ୱାରା ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଯାଇଥାଏ | ଏପରି କି କୌଣସି କାର୍ଯ୍ୟରେ ସଫଳତା ମଧ୍ୟ ମିଳିନଥାଏ | ଏଭଳି ସମସ୍ୟାର ସାମ୍ନା କରୁଥିଲେ ରବିବାର ଦିନ ନଦୀରେ ତମ୍ବାର କଏନ ଭସାଇ ଦିଅନ୍ତୁ | ଏପରି କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ଲାଗି ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.