କୁଣ୍ଡଳୀରେ ସୂର୍ଯ୍ୟଦେବଙ୍କ ସ୍ଥିତି ହେବ ମଜବୁତ, ଦୂର ହେବ ସବୁ ସମସ୍ୟା: ଆପଣାନ୍ତୁ ଏହିସବୁ ଉପାୟ

ନିୟମିତ ଭାବେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ। କିନ୍ତୁ ମାନ୍ୟତା ଅନୁସାରେ, ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ବ୍ୟକ୍ତି ପାଇଁ ଶୁଭଦାୟୀ ହୋଇଥାଏ। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଯେଉଁ ଲାଭ ମିଳେ, ସବୁଦିନ ଜଳ ଅର୍ପଣ କଲେ ସେତିକି ପୂଣ୍ୟ ମିଳିଥାଏ। ଏମିତି କରିବା ଦ୍ୱାରା ଜାତକରେ ସୂର୍ଯ୍ୟଦେବଙ୍କ ସ୍ଥିତି ମଜବୁତ ହୋଇଥାଏ। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସହିତ କେତେକ ଖାସ୍‌ କଥାର ଧ୍ୟାନ ରଖିବା ଜରୁରୀ। ତେବେ କ’ଣ ଜାଣନ୍ତୁ।

ସ୍ନାନ କରିବା ସମୟରେ କରନ୍ତୁ ଏହି ଉପାୟ :

ଯଦି କୌଣସି ଜାତକରେ ସୂର୍ଯ୍ୟ ଅନିଷ୍ଟକାରକ ରହିଥିଲେ, ସ୍ନାନ ସମୟରେ ପାଣିରେ ଖସ୍‌ଖସ୍‌, ନାଲି ଫୁଲ ଏବଂ କେସର ପକାଇ ଗାଧୋଇବା ଉଚିତ। ଏମିତି କରିବା ଶୁଭ ହୋଇଥାଏ। ଏହି ୩ଟି ଜିନିଷ ସୂର୍ଯ୍ୟଙ୍କ କାରକ ହୋଇଥାନ୍ତି। ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କୁ ରୋଗ ସହିତ ଲଢିବାର ଶକ୍ତି ମିଳିଥାଏ। ଏହି ୩ଟିଜିନିଷକୁ ଜଳରେ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟଙ୍କ ଗୁଣ ବ୍ୟକ୍ତି ଶରୀରରେ ପ୍ରବେଶ କରିଥାଏ।

ସୂର୍ଯ୍ୟକାରକ ବସ୍ତୁ କରନ୍ତୁ ଦାନ :

ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଦେବଙ୍କ ଦୁଷ୍ପପ୍ରଭାବରୁ ବଞ୍ଚିବା ପାଇଁ ସୂର୍ଯ୍ୟ କାରକ ବସ୍ତୁ ଦାନ କରନ୍ତୁ। ତମ୍ବା, ଗୁଡ, ଗହମ, ମସୁର ଡାଲି ଇତ୍ୟାଦି ଦାନ କରିବା ଉଚିତ। ମାନ୍ୟତା ଅନୁଯାୟୀ, ଦାନ କରୁଥିବା ବସ୍ତୁକୁ ପ୍ରତି ରବିବାର କିମ୍ବା ମକର ସଂକ୍ରାନ୍ତି ଦିନ ଦାନ କରିବା ଉଚିତ। ସୂର୍ଯ୍ୟଗ୍ରହଣ ଦିନ ବସ୍ତୁକୁ ଦାନ କରିବା ବେଶି ଲାଭକାରୀ ହୋଇଥାଏ।

ମନ୍ତ୍ର ଜପ କରନ୍ତୁ :

ମାନ୍ୟତା ଅନୁଯାୟୀ, ସୂର୍ଯ୍ୟଦେବଙ୍କ କୃପା ପାଇବା ପାଇଁ ମନ୍ତ୍ର ଜପର ବିଶେଷ ଫଳ ରହିଥାଏ। ଆପଣ ‘ଓମଃ ଘୁଣିଃ ସୂର୍ଯ୍ୟ ଆଦିତ୍ୟଃ’ ମନ୍ତ୍ର ନିୟମିତ ରୂପେ ଜପ କରନ୍ତୁ। ସମୟ ଅଭାବ ହେବା ଦ୍ୱାରା ରବିବାର ମଧ୍ୟ ଏହି ମନ୍ତ୍ର ଜପ କରିପାରିବେ। ରବିବାର ଦିନ ଏହି ମନ୍ତ୍ର ପଢିବା ଦ୍ୱାରା ବିଶେଷ ଫଳ ମିଳିଥାଏ। ୧୦-୨୦ କିମ୍ବା ୧୦୮ ଥର ମନ୍ତ୍ର ଜପ କରନ୍ତୁ।

surya deva

ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରନ୍ତୁ :

ଧାର୍ମିକ ମାନ୍ୟତା ଅନୁଯାୟୀ, ସୂର୍ଯ୍ୟଦେବଙ୍କ କୃପା ପଇଁ ପାଇଁ ସୂର୍ଯ୍ୟ ଯନ୍ତ୍ରର ସ୍ଥାପନା କରିବା ଜରୁରୀ। ତମ୍ବାର ସୂର୍ଯ୍ୟ ଯନ୍ତ୍ର ନ ଥିଲେ ମଧ୍ୟ ଏହାକୁ ଆପଣ ତିଆରି କରିପାରିବେ। ଏଥିପାଇଁ କାଗଜରେ ଲାଲ ଚନ୍ଦନ, କେସର, କସ୍ତୁରୀ ବ୍ୟବହାର କରି ଏହାକୁ ତିଆରି କରିପାରିବେ।

ସୂର୍ଯ୍ୟଙ୍କ ପାଇଁ ଯଜ୍ଞ କରନ୍ତୁ :

ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ କିମ୍ବା ଜାତକରେ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦୁଷ୍ପ୍ରଭାବ ଦୂର ହେବ। ତେଣୁ ସୂର୍ଯ୍ୟ ରାହୁ କେତୁ ପୀଡିତ ହୋଇଥିଲେ ସେହି ସମ୍ବନ୍ଧୀୟ ଯଜ୍ଞ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.