Below header

ପ୍ରତି ସେକେଣ୍ଡରେ ପଠାଯାଉଛି ୨୪ ଲକ୍ଷ ଇ-ମେଲ, ଜାଣନ୍ତୁ ସୋସିଆଲ ମିଡିଆରେ ୧ ସେକେଣ୍ଡରେ କ’ଣ କ’ଣ ହୁଏ

ଏବେ ସୋସିଆଲ ମିଡିଆରେ ଯୁଗ। ଏଣୁ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌ ଥିବ ହିଁ ଥିବ। ସ୍ମାର୍ଟଫୋନ୍‌ରେ ଆଉ କିଛି ଥାଉ କି ନଥାଉ ହ୍ଵାଟସଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଆଦି ଆପ୍‌ ନିହାତି ରହିଥିବ। ପିଲାଠୁ ବୁଢ଼ାଯାଏଁ ଏବେ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଅଛନ୍ତି। କଥା ହେବା ପାଇଁ ତଥା ତଥ୍ୟ ଆଦାନପ୍ରଦାନ ପାଇଁ ଏହା ଏକ ଉତ୍ତମ ମାଧ୍ୟମ ହୋଇଥିବାରୁ ସମସ୍ତେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି। କିନ୍ତୁ କେବେ ଚିନ୍ତା କରିଛନ୍ତି ଏହି ସୋସିଆଲ ମିଡିଆରେ ୧ ସେକେଣ୍ଡରେ କ’ଣ କ’ଣ ହେଇଥାଏ! ଯଦି ଜାଣି ନାହାନ୍ତି ଆଜି ଆସନ୍ତୁ ଜାଣିବା ଗୋଟେ ସେକେଣ୍ଡରେ ସୋସିଆଲ ମିଡିଆରେ କେତେ ତଥ୍ୟ ଆଦାନପ୍ରଦାନ କରାଯାଏ…

google

ଇ-ମେଲ: ଇଣ୍ଟରନେଟ୍‌ରେ ପ୍ରତି ସେକେଣ୍ଡରେ ପ୍ରାୟ ୨୪,୦୦,୦୦୦ ଇ-ମେଲ ପଠାଯାଏ।

ହ୍ଵାଟ୍ସଆପ୍‌: ହ୍ଵାଟ୍ସଆପ୍‌ରେ ପ୍ରତ୍ୟେକ ସେକେଣ୍ଡରେ ପ୍ରାୟ ୨,୫୦,୫୦୦ ମେସେଜ୍‌ ପଠାଯାଏ।

ୟୁ-ଟ୍ୟୁବ୍‌: ଏକ ସେକେଣ୍ଡରେ ୟୁ-ଟ୍ୟୁବ୍‌ରେ ପ୍ରାୟ ୧,୦୦,୦୦ ଭିଡିଓ ଦେଖାଯାଏ।

ଗୁଗଲ ସର୍ଚ୍ଚ: ପ୍ରତ୍ୟେକ ସେକେଣ୍ଡରେ ଗୁଗଲରେ ପ୍ରାୟ ୬୦,୦୦୦ରୁ ଅଧିକ ଥର ସର୍ଚ୍ଚ କରାଯାଏ।

ଫେସ୍‌ବୁକ୍‌: ଫେସ୍‌ବୁକରେ ପ୍ରତି ସେକେଣ୍ଡରେ ପ୍ରାୟ ୫୦,୦୦୦ ଥରରୁ ଅଧିକ ଲାଇକ୍‌ କରାଯାଏ।

ଟ୍ଵିଟର: ଟ୍ଵିଟରରେ ପ୍ରତି ସେକେଣ୍ଡରେ ପ୍ରାୟ ୧୦,୦୦୦ ଟ୍ଵିଟ୍‌ କରାଯାଏ।

ଇଣ୍ଟରନେଟ୍‌ ଟ୍ରାଫିକ୍‌: ପ୍ରତି ସେକେଣ୍ଡରେ ଇଣ୍ଟରନେଟ୍‌ରେ ପ୍ରାୟ ୨୭,୦୦୦ ଜିବିର ଟ୍ରାଫିକ୍‌ ହୋଇଥାଏ।

ଇନ୍‌ଷ୍ଟାଗ୍ରାମ୍‌: ପ୍ରତି ସେକେଣ୍ଡରେ ଇନ୍‌ଷ୍ଟାଗ୍ରାମ୍‌ରେ ୨୦୦୦ ଫଟୋ ଅପଲୋଡ୍‌ କରାଯାଏ।

ଟମ୍ବଲର: ୧ ସେକେଣ୍ଡରେ ୧୮୦୦ରୁ ଊର୍ଦ୍ଧ୍ୱ ଟମ୍ବଲର ପୋଷ୍ଟ କରାଯାଏ।

ସ୍କାଇପ୍‌: ଗୋଟେ ସେକେଣ୍ଡରେ ପ୍ରାୟ ୧୯୦୦ ସ୍କାଇପ୍‌ କଲ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.