Below header

ରାସ୍ତା କଡରେ ଥିବା ମାଇଲଖୁଣ୍ଟର ରଙ୍ଗ କାହିଁକି ଅଲଗା, ଜାଣନ୍ତୁ…

ଜୀବନକାଳ ମଧ୍ୟରେ ଆମେ କେତେକ ପ୍ରକାର ଜିନିଷ ଦେଖିବାକୁ ପାଇଥାଉ, ଯାହା ବିଷୟରେ ଆମକୁ ଜଣାଥାଏ କିନ୍ତୁ ତାହା ବିଷୟରେ ସବୁକିଛି ହୁଏତ ଆମକୁ ଜଣାନଥାଏ। ଆଉ ରାସ୍ତାରେ ଗଲାବେଳେ ଏମିତି ଅନେକ ଜିନିଷ ଦେଖି, ଯାହା ବିଷୟରେ ଆମକୁ ଅଳ୍ପ ବହୁତ ଟିକେ ଜଣାଯାଏ। ଆଉ ଆପଣ ଜାତୀୟ ରାଜପଥ ହେଉ ଅବା ରାଜ୍ୟ ରାଜପଥରେ ଯାଉଥିବା ବେଳେ ନିଶ୍ଚିତ ରାସ୍ତାକଡରେ ମାଇଲଖୁଣ୍ଟ ଦେଖିଥିବେ। ଏହା ପଥରରେ କେଉଁଠି ହଳଦିଆ ରଙ୍ଗ ତ ଆଉ କେଉଁଠି ଧଳା, ଆଉ କେଉଁଠି ମାଟିଆ ରଙ୍ଗ, ଆଉ କେଉଁଠି ନୀଳ ଦିଆଯାଇଥାଏ। କିନ୍ତୁ ଏହି ରଙ୍ଗର କାରଣ କ’ଣ ଆପଣ ଜାଣନ୍ତି କି ?

ଆପଣ ସମସ୍ତେ ଜାଣନ୍ତି କି, ଏହି ମାଇଲଖୁଣ୍ଟ ରୋଡରେ ସାଧାରଣ ଲୋକ କିମ୍ବା ଡ୍ରାଇଭରଙ୍କ ପାଇଁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ସ୍ଥାନର ଦୂରତା ବିଷୟରେ ଲେଖାଯାଇଥାଏ। ରାସ୍ତାକଡରେ ଲାଗିଥିବା ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନର ରଙ୍ଗ କ’ଣ ପାଇଁ ଅଲଗା ଆଉ ଏହାର ଅର୍ଥ କ’ଣ ଜାଣନ୍ତୁ …

ହଳଦିଆ ରଙ୍ଗ:

ଆପଣଙ୍କୁ କେବଳ ଜାତୀୟ ରାଜପଥ କଡରେ ହଳଦିଆ ରଙ୍ଗର ମାଇଲଷ୍ଟୋନ ଦେଖିବାକୁ ମିଳିଥାଏ। ଏହି ଜାତୀୟ ରାଜପଥର ନିର୍ମାଣ ଏବଂ ସୁଧାର କାର୍ଯ୍ୟନ୍ୟାସନାଲ ହାଇେଓ୍ଵ ଅଥରିଟି ଅଫ ଇଣ୍ଡିଆ ନେଇଥାଏ।

ନୀଳ ରଙ୍ଗ:

ଯଦି ଆପଣ ହାଇେଓ୍ଵ କଡରେ ନୀଳ ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି, ଏହାର ଅର୍ଥ ଏହି ରାସ୍ତା ରାଜ୍ୟ ରାଜପଥ। ଏହାର ନିର୍ମାଣ ଓ ଦେଖାଶୁଣା ରାଜ୍ୟ ସରକାର କରିଥାଏ। ଜାତୀୟ ରାଜପଥରୁ ରାଜ୍ୟ ରାଜପଥକୁ ପ୍ରବେଶ କରିବା ପରେ ଅଲଗା ଅଲଗା ସହରକୁ ଯିବା ପାଇଁ ହାଇେଓ୍ଵର ବ୍ୟବହାର କରାଯାଏ। ତେଣୁ ଯଦି ଆପଣ ରାସ୍ତା କଡରେ ନୀଳ ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି, ତେବେ ଏହା କୌଣସି ରାଜ୍ୟ ରାଜପଥ ବୋଲି ଜାଣିପାରିବେ।

କଳା, ନୀଳ କିମ୍ବା ଧଳା ରଙ୍ଗର ମାଇଲଷ୍ଟୋନ:

ଯଦି ଆପଣ ଯାଉଥିବା ବେଳେ ରାସ୍ତା କଡରେ କଳା, ନୀଳ ଏବଂ ଧଳା ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି, ଏହାର ଅର୍ଥ ଆପଣ କୌଣସି ବଡ ସହର କିମ୍ବା ଜିଲ୍ଲାରେ ପ୍ରବେଶ କରୁଛନ୍ତି। ଆଉ ଏଠିକାର ରାସ୍ତାର ନିର୍ମାଣ ଏବଂ ଦେଖାଶୁଣା ସେଠିକାର ନଗର ନିଗମ ପକ୍ଷରୁ ହୋଇଥାଏ।

ନାରଙ୍ଗୀ ରଙ୍ଗର ମାଇଲଷ୍ଟୋନ:

ଆପଣ ରାସ୍ତାରେ ଯାଉଥିବା ବେଳେ ନାରଙ୍ଗୀ ବା କମଳା ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି, ତେବେ ଏହାର ଅର୍ଥ ଏହା କୌଣସି ଗାଁ ବୋଲି ସୂଚାଇଥାଏ। ଏହି ନାରଙ୍ଗୀ ରଙ୍ଗର ମାଇଲଖଉଣ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସହିତ ଜଡିତ ରହିଥାଏ ବୋଲି ଏହାର ରଙ୍ଗ ନାରଙ୍ଗୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.