କାଉନସିଲରଙ୍କ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ବର(କେନ୍ଯୁଜ୍): ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା । କାଉନସିଲରଙ୍କ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମୋଟ ୧୭୫୬ ଓ୍ଵାର୍ଡରୁ ୬୬୮ ଅଣସଂରକ୍ଷିତ ଘୋଷଣା କରାଯାଇଛି।
ଏସ୍ସିଙ୍କ ପାଇଁ ୧୨୨, ଏସ୍ସି ମହିଳାଙ୍କ ପାଇଁ ୧୭୧ ଓ୍ଵାର୍ଡ ସଂରକ୍ଷିତ ରହିଛି। ଏସ୍ଟିଙ୍କ ପାଇଁ ୪୯, ଏସ୍ଟି ମହିଳାଙ୍କ ପାଇଁ ୧୩୩ ଓ୍ଵାର୍ଡ ଓ ମହିଳାଙ୍କ ପାଇଁ ୬୧୩ ଓ୍ଵାର୍ଡ ସଂରକ୍ଷିତ ଘୋଷଣା କରାଯାଇଛି। ପୂର୍ବରୁ ପୌରାଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ସରକାର।