୧୪ ବର୍ଷ ବୟସରେ କପଡ଼ା ମିଲ୍‌ରେ କାମ କରୁଥିଲେ କପିଲ ଶର୍ମା; ଦିନକୁ ମିଳୁଥିଲା ୭୦ ଟଙ୍କା! ଆଜି ଏତେ ଲକ୍ଷ ଟଙ୍କା ଦିନକର ରୋଜଗାର…

ସଫଳତା ସେହିମାନଙ୍କୁ ମିଳିଥାଏ, ଯେଉଁମାନଙ୍କ ସ୍ୱପ୍ନରେ ଜୀବନ ଥାଏ। ଡେଣାରେ କିଛି ହୁଏ ନାହିଁ, ଉତ୍ସାହର ସହିତ ଉଡ଼ାଣ ଭରିବାକୁ ପଡ଼ିଥାଏ। ଆମେ ଏଠି କହୁଛୁ କମେଡି କିଙ୍ଗ୍ କପିଲ ଶର୍ମାଙ୍କ କଥା। କପିଲ ଶର୍ମାଙ୍କ ପାଖରେ ଯଦି ବି କିଛି ଥିଲା, ତ କେବଳ ଉତ୍ସାହ ଆଉ ସାହସ। ସେ ସେହି ଉତ୍ସାହକୁ ହିଁ ସାଥୀ କରି ଖୁବ୍ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରି ପାରିଥିଲେ। ତେବେ ଏତେ ଉପରକୁ ଯିବା ପୂର୍ବରୁ କପିଲ ଯାହା କରିଥିଲେ, ତାହା ସମସ୍ତଙ୍କ ପାଇଁ ପ୍ରେରଣାଠାରୁ କିଛି କମ୍ ନୁହେଁ। ଆଜି କପିଲ ଶର୍ମା ଅନେକ ଖ୍ୟାତି ଅର୍ଜନ କରିଥାଇ ପାରନ୍ତି, ହେଲେ ସେ ନିଜ ଜୀବନକୁ ବହୁତ ତଳୁ ହିଁ ଆରମ୍ଭ କରିଛନ୍ତି। ଟଙ୍କା ରୋଜଗାର କରିବା ପାଇଁ କପିଲ ଶର୍ମା PCOରେ ଚାକିରି କରୁଥିଲେ। ଏଥି ପୂର୍ବରୁ ସେ ଏକ କପଡା ମିଲରେ ମଧ୍ୟ କାମ କରି ସାରିଛନ୍ତି। ସେହି ସମୟରେ ତାଙ୍କ ବୟସ ଥିଲା ମାତ୍ର ୧୪ କି ୧୫ ବର୍ଷ।

ମିଳୁଥିଲା ଦିନକୁ ୭୦ ଟଙ୍କା

ଏକ ଇଣ୍ଟରଭ୍ୟୁରେ କପିଲ ଶର୍ମା ନିଜେ ନିଜର ସଂଘର୍ଷମୟ ଜୀବନ ବିଷୟରେ ଖୁଲାସା କରିଥିଲେ। କପିଲ ଶର୍ମା କହିଥିଲେ କି, ସେ ପଇସା ପାଇଁ କପଡା ମିଲରେ ବି କାମ କରି ସାରିଛନ୍ତି। ସେହି ସମୟରେ ତାଙ୍କୁ ଦିନକୁ ୭୦ରୁ ୮୦ ଟଙ୍କା ପାଉଣା ମିଳୁଥିଲା। ସେ କିଛି ମାସ ଏହି ମିଲରେ କାମ କରିଥିଲେ। ଯଦିଓ କପିଲ ଏହା ମଧ୍ୟ କହିଥିଲେ ଯେ ସେ ଏ ସବୁ କୌଣସି ବାଧ୍ୟବାଧକତାରେ କରି ନ ଥିଲେ, ବରଂ ନିଜ ପାଇଁ ହିଁ କରିଥିଲେ। ସେହି ସମୟରେ ସେ ଏହି ଟଙ୍କା ଜମା କରି ନିଜ ପାଇଁ ମ୍ୟୁଜିମ୍ ସିଷ୍ଟମ୍ କିଣିଥିଲେ। କାରଣ, ତାଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗୁଥିଲା। ଗୀତ ପ୍ରତି ତାଙ୍କର ଆଗ୍ରହ ରହିଥିଲା।

ଆଜି ଦିନକୁ କମାଉଛନ୍ତି ଲକ୍ଷାଧିକ ଟଙ୍କା

ବାପାଙ୍କ ନିଧନ ପରେ କପିଲ ଶର୍ମାଙ୍କ ଉପରେ ଅନେକ ଦାୟିତ୍ୱ ପଡ଼ିଥିଲା। କପିଲଙ୍କର ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି, ଯାହାଙ୍କୁ ତାଙ୍କ ବାପାଙ୍କ ସ୍ଥାନରେ ଚାକିରି ମିଳିଛି। ସେଠି କପିଲ ଘରର ଦାୟିତ୍ୱ ବଡ଼ ଭାଇଙ୍କୁ ହସ୍ତାନ୍ତର କରିଥିଲେ ଏବଂ ନିଜେ କିଛି ହେବା ପାଇଁ ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇ ଆସିବା ପରେ କପିଲ ଶର୍ମା କେଉଁଠି ବି ଅଟକି ନ ଥିଲେ। ସେ କଠିନ ପରିଶ୍ରମ କରିଥିଲେ ଏବଂ ସେହି ପରିଶ୍ରମର ଫଳ ଆଜି ସମସ୍ତେ ଦେଖି ପାରୁଛନ୍ତି। ଆଜି କପିଲ ଶର୍ମାଙ୍କର ଗୋଟିଏ ଦିନର ରୋଜଗାର ଏତେ ଯେ ସେଥିରେ ଜଣେ ବ୍ୟକ୍ତି 2 BHK ଫ୍ଲାଟ କିଣି ପାରିବ। ରିପୋର୍ଟ ମୁତାବକ, କପିଲ ମାସକୁ ୩ କୋଟି ଟଙ୍କା ରୋଜଗାର କରନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ୨୫୦ କୋଟିରୁ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.