କରୋନା ସଂକ୍ରମିତ ହେଲେ ଐଶ୍ୱର୍ଯ୍ୟା ରଜନୀକାନ୍ତ, ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଦେଲେ ସୂଚନା
ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ କରୋନା ପଜିଟିଭ ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ମଙ୍ଗଳବାର ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ହସ୍ପିଟାଲରୁ ଫଟୋ ଶେୟାର କରି ଐଶ୍ୱର୍ଯ୍ୟା ଲେଖିଛନ୍ତି, ” ‘ସମସ୍ତ ସତର୍କତା ଅବଲମ୍ବନ ପରେ ବି କରୋନା ପଜିଟିଭ୍ ହୋଇଛି। ମୁଁ ହସ୍ପିଟାଲରେ ଆଡମିଟ୍ ହୋଇଛି। ଦୟାକରି ମାସ୍କ ପିନ୍ଧନ୍ତୁ, ଭ୍ୟାକ୍ସିନ୍ ନିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ୨୦୨୨ ରେ ମୋତେ ଏହା ମିଳିଛି। ଦେଖିବା ଏହି ବର୍ଷ ମୋ ପାଇଁ ଆଉ କ’ଣ ସବୁ ରହିଛି। ଐଶ୍ୱର୍ଯ୍ୟାଙ୍କ ପୋଷ୍ଟ ଅପଲୋଡ୍ ହେବା ଦିନଠାରୁ, ତାଙ୍କ ବନ୍ଧୁ ଏବଂ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।
ଗତ ମାସରେ ଅଭିନେତା ଧନୁଷଙ୍କଠାରୁ ଅଲଗା ହେବା ବିଷୟରେ ଐଶ୍ୱର୍ଯ୍ୟା ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ। ଦୁହେଁ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ ବିବାହର ୧୮ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। । ତେବେ ଦୁହେଁ ୨୦୦୪ ରେ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି।