Below header

ବହୁଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସ ମାମଲା: ସାନି ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ

କଟକ(କେନ୍ଯୁଜ୍): ଧଳସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଥିବା ମାମଲାର ସାନି ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ। କଟକରେ ବହୁଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସଙ୍କ ବିଭିନ୍ନ ମାମଲାରେ ତଳକୋର୍ଟରେ ଜାମିନ ଖାରଜ ହୋଇଯିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କ ପକ୍ଷରୁ ଦାୟର ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଆବେଦନକାରୀଙ୍କ ବିରୋଧରେ ୩୮ଟି ମାମଲା ବିଚାରାଧୀନ ରହିଛି। ସେମାନଙ୍କ ବିରୋଧରେ ଥିବା ସମସ୍ତ ମାମଲାର ସ୍ଥିତି କଣ, ସେ ସମ୍ପର୍କରେ ସବିଶେଷ ତଥ୍ୟ ହାଇକୋର୍ଟରେ ଦାଖଲ କରିବାକୁ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.