ମୁମ୍ବାଇରେ ନିଜ ସ୍ୱପ୍ନର ଘର ତିଆରି କଲେ ନଓ୍ଵାଜ, ହାଉସପାର୍ଟିରେ ନଜର ଆସିଲେ ବଲିଉଡ କୁଇନ କଙ୍ଗନା
ନିଜର ଅଭିନୟ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରୀରେ ବେଶ୍ ପରିଚିତ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଧିକି।ଏବେ ଦୀର୍ଘ ବର୍ଷର ପରିଶ୍ରମ ପରେ ନୱାଜୁଦ୍ଦିନ ସିଦ୍ଧିକି ଏବେ ମୁମ୍ବାଇ ତଥା ମାୟାନଗରୀରେ ଏକ ସ୍ୱପ୍ନର ବଙ୍ଗଳା ତିଆରି କରିଛନ୍ତି । ଏହି ବଙ୍ଗଳା ତାଙ୍କ ପିତାଙ୍କ ନାମରେ ହିଁ ନବାବ ରଖିଛନ୍ତି। ବଙ୍ଗଳାର ଡିଜାଇନ୍ ବୁଦ୍ଧାନାରେ ଥିବା ଘରର ଡିଜାଇନ୍ ଦ୍ୱାରା ନିର୍ମାଣ କରାଯାଇଛି ।
୪୭ ବର୍ଷୀୟ ଅଭିନେତା ନିଜେ ବଙ୍ଗଳାର ଭିତରର ଡିଜାଇନ୍ କରିଛନ୍ତି। ଆଉ ବଙ୍ଗଳାର କାମ ସଂପୂର୍ଣ୍ଣ ଶେଷ ହେବା ପାଇଁ ପ୍ରାୟ ୩ ବର୍ଷ ଲାଗିଥିଲା। ଏହା ବ୍ୟତୀତ ସମ୍ପୂର୍ଣ୍ଣ ବଙ୍ଗଳାଟି ଧଳା ରଙ୍ଗରେ କରାଯାଇଛି । ଏହାର ଚାରି ପାଖରେ ଅନେକ ଗଛ ମଧ୍ୟ ଲଗାଯାଇଛି । ଘରକୁ ସମ୍ପୂର୍ଣ୍ଣ ରୂପେ ଦେଖିବାକୁ ଗଲେ ଲାଗୁଛି ଯେପରି ମୋଗଲ ସମ୍ରାଜ୍ୟର ରାଜାଙ୍କ ବଙ୍ଗଳା ପରି ଦିଶୁଛି ।
ନୱାଜୁଦ୍ଦିନଙ୍କ ଆଲିଶାନ ବଙ୍ଗଳାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି । ହେଲେ ଏହା ପୂର୍ବରୁ ସେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଘରର ବାହାରେ ଥିବା ପାର୍କରେ ବସି ପେପର ପଢୁଥିବାର ନଜର ଆସିଥିଲେ ।
View this post on Instagram
ଏବେ ନୂଆ ଘର ପାଇଁ ନଓ୍ଵାଜୁଦ୍ଦିନ ଏକ ହାଉସପାର୍ଟି ରଖିଥିଲେ। ଯେଉଁଥିରେ ବଲିଉଡ ଇଣ୍ଡଷ୍ଟ୍ରୀର ନାମୀଦାମୀ ସେଲିବ୍ରିଟି ସବୁ ନଜର ଆସିଥିଲେ। ସବୁଠାରୁ ଅଲଗା ଥିଲେ କଙ୍ଗନା ରଣାଓ୍ଵତ। କଙ୍ଗନା ଧଳା ଶାଢିରେ ବିଲକୁଲ ପରୀ ଭଳି ଦେଖାଯାଉଥିଲେ। ନଓ୍ଵାଜଙ୍କ ପାଖରେ ଏବେ ତିନିଟି ଫିଲ୍ମ ଅଫର ରହିଛି। ଫିଲ୍ମ ‘ଅଦ୍ଭୁତ, ହିରୋପନ୍ତି ୨ ଏବଂ ଟିକୁ ୱେଡସ ଶେରୁ’।