Below header

ଜାଣନ୍ତୁ ଷ୍ଟାକ୍‌ ଡେଟିଂ କ’ଣ ? କିପରି ଅଳ୍ପ ସମୟ ମଧ୍ୟରେ ଖୋଜିବେ ଏକ ଭଲ ପାର୍ଟନର

ଆଜିର ସମୟରେ, ଲୋକମାନେ ଏତେ ବ୍ୟସ୍ତ ଅଛନ୍ତି ଯେ ସେମାନେ କୌଣସି ଜିନିଷରେ ଅଧିକ ସମୟ ବିତାଇବାକୁ ଚାହାଁନ୍ତି ନାହିଁ । ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ମାର୍କେଟରେ ଏକ ନୂଆ ଷ୍ଟାକ୍‌ ଡେଟିଂ ଆସିଛି । ଯାହା ସାଧାରଣ ଡେଟିଂ ଠାରୁ ଟିକିଏ ଭିନ୍ନ । ତେବେ ଆସନ୍ତୁ ଜାଣିବା ଏହା କ’ଣ ଏବଂ ଏହା ଆଜିର ଯୁବପିଢିଙ୍କୁ କିପରି ପ୍ରଭାବିତ କରୁଛି ।

ବର୍ତ୍ତମାନ ଲୋକମାନେ ବହୁତ ଶୀଘ୍ର ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରୁଛନ୍ତି । ଆଜିର ସମୟରେ, ଲୋକମାନେ ଏତେ ବ୍ୟସ୍ତ ଅଛନ୍ତି ଯେ ସେମାନେ କୌଣସି ଜିନିଷରେ ଅଧିକ ସମୟ ବିତାଇବାକୁ ଚାହାଁନ୍ତି ନାହିଁ । ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ମାର୍କେଟରେ ଏକ ନୂଆ ଷ୍ଟାକ୍‌ ଡେଟିଂ ଆସିଛି । ଯାହା ସାଧାରଣ ଡେଟିଂ ଠାରୁ ଟିକିଏ ଭିନ୍ନ । କିନ୍ତୁ ଯୁବପିଢିମାନଙ୍କ ମଧ୍ୟରେ ଏହା ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଏହା କ’ଣ ଏବଂ ଏହା ଆଜିର ଯୁବପିଢିଙ୍କୁ କିପରି ପ୍ରଭାବିତ କରୁଛି ।

ଷ୍ଟାକ୍‌ ଡେଟିଂ କ’ଣ ?
ଏହାପୂର୍ବରୁ ଯେତେବେଳେ ଜଣେ ବ୍ୟକ୍ତି ଏକ ଡେଟ୍‌କୁ ଯାଉଥିଲେ, ସେ ଏଥିପାଇଁ ଅନେକ ପ୍ରସ୍ତୁତି କରୁଥିଲେ । ଏହିର ପ୍ରସ୍ତୁତିରେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା ଏବଂ ଅନେକ ସମୟ ମଧ୍ୟ ଯାଇଥିଲା । କିନ୍ତୁ ବର୍ତ୍ତମାନ ଷ୍ଟାକ୍‌ ଡେଟିଂରେ ଏପରି ହେଉ ନାହିଁ । ଷ୍ଟାକ୍‌ ଡେଟିଂର ଅର୍ଥ ହେଉଛି ଆପଣ ଆପଣଙ୍କ ପ୍ରତିଦିନର କାର୍ଯ୍ୟ କରିବା ସମୟରେ କାହାକୁ ଭେଟ କରିବା । ଏଥିରେ ଆପଣଙ୍କୁ ଅଧିକ ପ୍ରସ୍ତୁତି କିମ୍ବା ଦେଖାଇବା ପାଇଁ ପଡିବ ନାହିଁ । ଆପଣ ପ୍ରତିଦିନ ଯେପରି ସେହି ଭଳି ରହିବେ ।

ଯେପରି ଯଦି ଆପଣଙ୍କ ଅଫିସ ଏବଂ ଆପଣଙ୍କ ପାର୍ଟନରଙ୍କ ଅଫିସ୍‌ ପାଖାପାଖି, ତେବେ ଆପଣ ସେହି ସମୟରେ କ୍ୟାବରେ ଷ୍ଟାକ୍ ଡେଟିଂ କରିପାରିବେ । ନଚେତ ସନ୍ଧ୍ୟାରେ ଅଫିସ୍ରୁ ବାହାରିବା ବେଳେ ଆପଣ କିଛି ସମୟ ପାଇଁ ଏକ କାଫେରେ ବସି ଏକାଠି କଫି ପିଇ ଷ୍ଟାକ୍‌ ଡେଟିଂ କରିପାରିବେ । ତେବେ ସରଳ ଭାଷାରେ କହିବାକୁ ଗଲେ ଷ୍ଟାକ୍‌ ଡେଟିଂର ମାନେ ହେଉଛି ଯଦି ଆପଣ ବ୍ୟସ୍ତ ଅଛନ୍ତି ଏବଂ ଆପଣଙ୍କୁ ସମୟ ନାହିଁ ଡେଟ୍‌ କରିବା ପାଇଁ, ସେଥିପାଇଁ ଆପଣ ଗୋଟିଏ ଦିନରେ ଅନେକ ସ୍ଥାନରେ ଛୋଟ ଡେଟ୍‌ କରିପାରିବେ ।

ଯୁବପିଢିମାନଙ୍କ ମଧ୍ୟରେ ଏହାର କ୍ରେଜ ବଢୁଛି :
ସୂଚନା ମୁତାବକ, ଡେଟିଂ ଆପ୍ ଟିଣ୍ଡରର ୩୨ ପ୍ରତିଶତ ଯୁବକ ଷ୍ଟାକ୍ ଡେଟିଂ ପାଇଁ ଅଫିସ୍‌ ଦିନରେ ପରସ୍ପରକୁ ଭେଟୁଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଯୁବପିଢିମାନଙ୍କର ଡେଟ୍‌କୁ ଯିବାକୁ ସମୟ ନାହିଁ । ସେଥିପାଇଁ ସେମାନେ ନିଜ ଓ୍ଵାର୍କ ଡେ ମାନଙ୍କର ଏହି ଷ୍ଟାକ୍‌ ଡେଟ୍‌ର ଆୟୋଜନା କରୁଛନ୍ତି । ଏଭଳି ସମୟରେ ଷ୍ଟାକ୍‌ ଡେଟିଂର ବହୁତ ଲୋକପ୍ରିୟ ବଢି ଯାଇଛି ।

ଏହି ଷ୍ଟାକ୍‌ ଡେଟିଂ ସାରା ବିଶ୍ୱ ସହ ଭାରତରେ ମଧ୍ୟ ଅତି ତିବ୍ର ଗତିରେ ବଢି ଚାଲିଛି । ତଥାପି, ଯେଉଁମାନେ ନିଜ ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି, ତାହେଲେ ଏହି ଡେଟ୍‌ ସେମାନଙ୍କ ପାଇଁ ଠିକ୍‌ ନୁହେଁ । କିନ୍ତୁ ଯେଉଁମାନେ ଅଳ୍ପ ସମୟ ମଧ୍ୟରେ ଏକ ଭଲ ପାର୍ଟନର ଖୋଜିବାକୁ ଚାହାଁନ୍ତି, ତେବେ ଏହି ଷ୍ଟାକ୍‌ ଡେଟିଂ ସେମାନଙ୍କ ପାଇଁ ବହୁତ ଭଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.