Below header

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ, ଥାନାରେ ଭଙ୍ଗାରୁଜା ଓ ଅଧିକାରୀଙ୍କୁ ମାଡ଼

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ଘାଘରବେଡ଼ା ଥାନାରେ ଭଙ୍ଗାରୁଜା ।

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ଘାଘରବେଡ଼ା ଥାନାରେ ଭଙ୍ଗାରୁଜା । ଘାଘରବେଡ଼ା ଥାନା OIC ଓ ASIଙ୍କୁ ମାଡ଼ ମାରିଲେ । ଗତକାଲି ସନ୍ଧ୍ୟାରେ ନରଷଣ୍ଢ ଗାଁରୁ ଜଣେ ଲୋକ ବାଇକ ଚୋରି କରି ପଳାଉଥିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ ଧରିଥିଲେ ।

ଥାନାରେ ଚୋରକୁ ଜିମା ଦେଇଥିଲେ । ଆଜି ବାଇକ ଚୋର ଥାନାରୁ ଚମ୍ପଟ ମାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଶତାଧିକ ଲୋକ ଥାନାରେ ପଶି ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି । କରଞ୍ଜିଆ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.