ବିମାନବନ୍ଦରରେ Air India ପାଇଲଟ୍‌ଙ୍କ ହୃଦ୍‌ଘାତରେ ମୃତ୍ୟୁ, କ’ଣ କହିଲା ଡିଜିସିଏ?

ଏୟାର ଇଣ୍ଡିଆର ଜଣେ ୩୭ ବର୍ଷୀୟ ପାଇଲଟ୍‌ଙ୍କର ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ଡିଜିସିଏର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦେଶର ବିମାନ ଚଳାଚଳ ନିୟାମକ ସଂସ୍ଥା ଡ୍ୟୁଟିଜନିତ ଥକ୍କାପଣ ହେତୁ ପାଇଲଟ୍‌ଙ୍କ ଜୀବନ ଚାଲିଯିବା ଦାବିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇଛି।

ଡିଜିସିଏର ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ କ୍ୟାପଟେନ ହିମାନିଲ କୁମାର ଅଗଷ୍ଟ ୨୩ରେ ନିଜର ଡାକ୍ତରୀ ପରୀକ୍ଷା କରାଇଥିଲେ, ଯେଉଁଥିରେ ତାଙ୍କୁ ଫିଟ୍ ଘୋଷଣା କରାଯାଇଥିଲା। ତାଙ୍କର ଡାକ୍ତରୀ ପ୍ରମାଣପତ୍ର ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବୈଧ ଥିଲା। ଉଡ଼ାଣ ଡ୍ୟୁଟିଜନିତ ଥକ୍କାପଣ ସମ୍ବନ୍ଧିତ କୌଣସି ସମସ୍ୟା ନ ଥିଲା।

ଏୟାର ଇଣ୍ଡିଆ ଏକ ବୟାନରେ କହିଛି, ଆମେ ନିଜ ସହଯୋଗୀ କ୍ୟାପଟେନ୍‌ ହିମାନିଲ କୁମାରଙ୍କ ନିଧନରେ ଦୁଃଖିତ। କ୍ୟାପଟେନ କୁମାର ଜଣେ ବରିଷ୍ଠ କମାଣ୍ଡର ଥିଲେ। ସେ ନିୟମିତ ପ୍ରକ୍ରିୟା ଅଧୀନରେ T3 ଦିଲ୍ଲୀ ବିମାନବନ୍ଦରରେ ଆମର ଅପରେସନ୍ ଅଫିସକୁ ଯାଇଥିଲେ। ହଠାତ୍‌ ସେ ଅଫିସରେ ବିଚଳିତ ହୋଇପଡ଼ିଥିଲେ। ତାଙ୍କ ସହକର୍ମୀମାନେ ତାଙ୍କୁ ସହାୟତା କରିଥିଲେ। ତୁରନ୍ତ ତାଙ୍କୁ ବିମାନବନ୍ଦର କ୍ୟାମ୍ପସରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କମ୍ପାନୀ କହିଛି ଯେ ପାଇଲଟ ହିମାନିଲ ‘ଆକ୍ଟିଭ୍‌ ଫ୍ଲାଇଟ୍‌ ଡ୍ୟୁଟି’ରେ ନ ଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.