ଶବଯାତ୍ରା ଦେଖିବାର ମହତ୍ତ୍ୱ କ’ଣ, ମିଳିଥାଏ ଯଜ୍ଞ କରିବା ଭଳି ପୂଣ୍ୟ

ଅନେକ ଥର ରାସ୍ତାରେ ଯାଉଥିବା ସମୟରେ ଆପଣମାନେ ଶବଯାତ୍ରା ନିଶ୍ଚିତ ଭାବେ ଦେଖିଥିବେ। ଆମର ବିଶ୍ୱାସ ରହିଛି ଯେ, କୌଣସି ଶବଯାତ୍ରାକୁ ଦେଖିବା ବେଳେ ପ୍ରଣାମ କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ। ମୃତ୍ୟୁ ପରେ ମଣିଷ ଆତ୍ମା ଈଶ୍ୱର ସହିତ ଲୀନ ହୋଇଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଶବଯାତ୍ରା ଦେଖିବା ବେଳେ ଖାସ ଉପାୟ କରିବା ଦ୍ୱାରା ଦ୍ୱାରା ମଣିଷକୁ ଅନେକ ଲାଭ ମିଳିଥାଏ।
-ପଣ୍ଡିତ ହରିଓମ ଦ୍ୱିବେଦୀଙ୍କ ଅନୁସାରେ, ଯଦି ଆପଣ ରାସ୍ତାରେ ଗଲାବେଳେ କୌଣସି ଶବ ଯାତ୍ରା ଦେଖିନ୍ତି, ତେବେ ସେହି ସ୍ଥାନରେ ଠିଆ ହୋଇ ହାତଯୋଡି ମୃତକ ଆତ୍ମାର ଶାନ୍ତି ପାଇଁ କାମନା କରିବା ଉଚିତ। ଆପଣଙ୍କ ସମଗ୍ର ଦିନ ଭଲରେ ଯିବ।
-ଯଦି ଆପଣ କୌଣସି ଖାସ୍ କାମରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ ଶବଯାତ୍ରା ଦେଖିଲେ, ସେଠାରେ କିଛି ପଇସା ପକାଇ ପ୍ରଣାମ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ।
-ଯଦି ଶ୍ରାବଣ ମାସରେ ଆପଣ କୌଣସି ଶବ ଯାତ୍ରା ଦେଖନ୍ତି, ତେବେ ଏହା ବହୁତ ଶୁଭ। ମରିବା ପରେ ଆତ୍ମା ଶିବଙ୍କ ଠାରେ ଲୀନ ହୋଇଯାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।
-ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ବ୍ରାହ୍ମଣଙ୍କ ଶବ ଉଠାଇଥାନ୍ତି, ଯଜ୍ଞ କରିବା ଭଳି ପୂଣ୍ୟ ସେହି ବ୍ୟକ୍ତିଙ୍କୁ ମିଳିଥାଏ।
– ରାସ୍ତାରେ ଶବଯାତ୍ରା ଦେଖିବା ପରେ କୌଣସି ଦରକାରୀ ବ୍ୟକ୍ତିଙ୍କୁ ଦକ୍ଷିଣା ଦାନ କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ। ଏପରି କଲେ ଆପଣଙ୍କ ଅଟକି ରହିଥିବା କାମ ମଧ୍ୟ ଖୁବଶୀଘ୍ର ହୋଇଯିବ।
– ଶବଯାତ୍ରା ଦେଖିବା ପରେ କୌଣସି ମୃତକଙ୍କ ନାମରେ ମନ୍ଦିରରେ କିଛି ଟଙ୍କା ଦାନ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଯାଆନ୍ତି। ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।
-ଯେଉଁ ଲୋକମାନେ ସର୍ବଦା ମାନସିକ ଅଶାନ୍ତିରେ ରହିଥାନ୍ତି, ସେମାନେ ଶବଯାତ୍ରା ଦେଖିବା ପରେ ମୃତକଙ୍କ ଉପରେ କିଛି ଘୋଡାଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ପୂଣ୍ୟ ମିଳିବ।