Below header

ଇନଷ୍ଟାଗ୍ରାମ ସହିତ ଯୋଡ଼ିହେବ ଫେସବୁକର ଏହି ନୂଆ ଆପ, ଏଥର ସ୍ନାପଚାଟକୁ ଦେବ ଟକ୍କର

ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଅତିଶୀଘ୍ର ନିଜର ଏକ ନୂଆ ଆପ ଲଞ୍ଚ କରିବାକୁ ଯାଉଛି । ସୂଚନା ଅନୁଯାୟୀ ଫେସବୁକର ଏହି ନୂଆ ଆପ ସ୍ନାପଚାଟକୁ ଟକ୍କର ଦେବାକୁ ଯାଉଛି ।

Related image

ଫେସବୁକ ଏହି ନୂଆ ଆପର ନାମ Threads ରଖିବା ବୋଲି ସୂଚନା ମିଳିଛି । ଏହି ଆପକୁ ପ୍ରଥମେ ଇନଷ୍ଟାଗ୍ରାମ ସହିତ ପରିଚୟ କରାଯିବ । ଥ୍ରେଡ଼ ଆପ ଜରିଆରେ ଇନଷ୍ଟାଗ୍ରାମ ୟୁଜର୍ସ ମାନେ ତାଙ୍କ ବନ୍ଧୁମାନଙ୍କ ସହିତ ନିଜର ଲାଇଭ ଲୋକସନ, ଗାଡିର ସ୍ପିଡ଼ ଏବଂ ବ୍ୟାଟେରୀ ଲାଇଫ ସେୟାର କରିପାରିବେ । ଏହାସହିତ ଏଥିପାଇଁ ସେ ନିଜର ବନ୍ଧୁମାନଙ୍କୁ ମଧ୍ୟ ଇନଭାଇଟ ମଧ୍ୟ କରିପାରିବେ ।

ଏହାସହ ପଢନ୍ତୁ କେବଳ ୯୯୯ ଟଙ୍କା ଦେଇ ନେଇ ଯାଆନ୍ତୁ ଏହି କମ୍ପାନୀର ଯେକୌଣସି ସ୍କୁଟର

ବର୍ତ୍ତମାନ ଫେସବୁକ ଏହି ଆପର ଟେଷ୍ଟିଙ୍ଗ କରୁଅଛି କିନ୍ତୁ ଏହାର ବ୍ୟବହାର କେବଳ ଇନଷ୍ଟାଗ୍ରାମରେ କ୍ଲୋଜଫ୍ରେଣ୍ଡ ମାନଙ୍କ ପାଇଁ କରାଯାଇପାରିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆପ ବିଷୟରେ ଫେସବୁକ ପକ୍ଷରୁ କୌଣସି ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.