ହଠାତ୍ ପୋଲ ଉପରକୁ ମାଡି ଆସିଲା ପାଣି, ଭାସିଗଲା କାର୍

ଗୁଜୁରାଟରେ ଲଗାତାର ବର୍ଷା ହେବା କାରଣରୁ ନଦୀରେ ଗଭୀର ଗାତ ହୋଇଯାଇଛି। ଏହି କାରଣରୁ ଗତ ମଙ୍ଗଳବାର ଦିନ ଉଦୟପୁରର ପାୱୀ ଜୋତପୁରରେ ଅତ୍ୟଧିକ ବର୍ଷା କାରଣରୁ ନସୱାଡିରେ ହଠାତ୍ ଏକ ନଦୀରେ ଗଭୀର ଧ୍ବନୀ ସୃଷ୍ଟି ହୋଇଥିଲା। ଏଥିରେ ଗଡବୋରିୟାଦ-କାଧାର ପୋଲ ଉପରେ ଏକ ଗାଡି ପାଣିରେ ଫସିଯାଇଥିଲା।

ଅତ୍ୟଧିକ ପାଣି ମାଡି ଆସିବାରୁ କାର ଭିତରେ ୪ଜଣ ଲୋକ ଥିବା ସହ କାର୍ ଟି ୧୦୦ ମିଟର ପର୍ଯ୍ୟନ୍ତ ଭାସିଯାଇଥିଲା। ରିପୋର୍ଟ ଅନୁସାରେ ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଅତ୍ୟଧିକ ବର୍ଷା ହେବା କାରଣରୁ ପୋଲ ଉପରକୁ ପାଣି ମାଡି ଆସିଥିଲା। ଏହି ସମୟରେ ପୋଲ ଉପରେ ଏକ କାର୍ ଯାଉଥିବା ବେଳେ ପାଣିରେ ଭାସିଯାଇ ନଦୀରେ ଫସିଯାଇଥିଲା। ସୂଚନା ଅନୁଯାୟୀ କାର୍ ରେ ଥିବା ଲୋକମାନଙ୍କ ପାଟି ଶୁଣିବା ପରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.