Below header

ରାକ୍ଷୀ ପୂର୍ଣ୍ଣିମା : କ’ଣ ପାଇଁ ରାକ୍ଷୀ ଦିନ ତିଳକରେ ଚାଉଳ ଲଗାଯାଏ

ଭାଇ ଭଉଣୀର ସମ୍ପର୍କ ଅତୁଟ। ଭାଇ ଭଉଣୀ ମଧ୍ୟରେ ରହିଥିବା ସଂପର୍କ ତଥା ପ୍ରେମର ଡ଼ୋରୀକୁ ବାନ୍ଧିବାର ପରମ୍ପରାକୁ ରାକ୍ଷୀ କୁହାଯାଇଥାଏ । ପୁରାତନ କାଳରୁ ହିଁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି । ଏହାର ଅନେକ ପୁରାଣ ଓ ଇତିହାସରେ ରହିଛି । ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତ ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କ ଦ୍ଵାରା ପାଳନ କରାଯାଏ, ଯାହାକି ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କାହିଁକି ରାକ୍ଷୀ ଦିନ ଭାଇ ମୁଣ୍ଡରେ ଯେତେବେଳେ ତିଳକ ଲଗାଯାଏ, ସେଥିରେ କ’ଣ ପାଇଁ ଚାଉଳ ଲଗାଯାଇଥାଏ।

ଶାସ୍ତ୍ର, ଅନୁସାରେ ଚାଉଳକୁ ହବିଷ୍ୟ ଅର୍ଥାତ୍‌ ଅଗ୍ନି ଦେବତାକୁ ଅର୍ପଣ କରାଯାଇଥାଏ। କଞ୍ଚା ଚାଉଳକୁ ତିଳକରେ ପ୍ରୟୋଗ କରିବା ଦ୍ୱାରା ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ଚାଉଳ ଦ୍ୱାରା ଆପ ଆଖପାଖରେ ଥିବା ନକାରାତ୍ମକ ଉର୍ଜା ସକାରାତ୍ମକ ଉର୍ଜାରେ ପରିଣତ ହୋଇଯାଏ।

tilak

ଚାଉଳ ଅତ୍ୟନ୍ତ ଶୁଦ୍ଧ ଏବଂ ଶୁଭ ହୋଇଥାଏ। ଯଦି କୌଣସି ପୂଜାରେ କୌଣସି ପ୍ରକାର ବସ୍ତୁ କମ୍‌ ହୋଇଯାଏ, ତେବେ ପ୍ରତୀକାତ୍ମକ ରୂପେ ସେହି ବସ୍ତୁତ ସ୍ଥାନରେ ଚାଉଳକୁ ନିଆଯାଏ।

ଭାଇକୁ ଲଗାଉଥିବା ତିଳକ ପ୍ରତ୍ୟେକ ଦୃଷ୍ଟିରୁ ଶୁଭ ହୋଇଥାଏ, ପ୍ରତ୍ୟେକ ଶୁଭ ଭାବନା ଏବଂ ତରଙ୍ଗ ପାଇଁ ସୌଭାଗ୍ୟ ଆଣିବା ପାଇଁ ମୁଣ୍ଡ ତିଳକରେ ଚାଉଳ ଲଗାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.