Below header

ଫେଲ ହୋଇଥିବା ପିଲାଙ୍କ ମାନସିକ ସ୍ଥିତି ରୁହେ କିପରି ? ନେବେ କି ପଦକ୍ଷେପ ? ଦେଖନ୍ତୁ ଭାଇରଲ ହେଉଥିବା ଏକ ସୁନ୍ଦର ଭିଡିଓ

ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ପୁଣିଥରେ ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅମାନେ । ଯେଉଁମାନେ ପାସ କରିଛନ୍ତି ସେମାନଙ୍କ ଘରେ ବର୍ତ୍ତମାନ ସମସ୍ତେ ଖୁସି ମନାଉଥିବେ କିନ୍ତୁ କେବେ ଥରେ ଭାବିଛନ୍ତି କି ଯେଉଁମାନେ ଫେଲ ହୋଇଛନ୍ତି ସେମାନଙ୍କ ମନର ଅବସ୍ଥା କିମ୍ବା ତାଙ୍କ ପରିବାରର ମାନସିକ ସ୍ଥିତି ଏବେ କଣ ହେଉଥିବ ? ଆମର ଏହି ଭିଡ଼ିଓଟି ଆଜି ସେହି ପିଲାମାନଙ୍କ ପାଇଁ ଯେଉଁମାନେ ପରୀକ୍ଷାରେ ଫେଲ ହୋଇଛନ୍ତି, ହାରିଯିବା ଭଳି ଅନୁଭବ କରୁଛନ୍ତି । ଏମିତି ନୁହେଁ କି ଆମେ କେବଳ ପରୀକ୍ଷାରେ ଫେଲ ହୋଇଯାଉ ବେଳେବେଳେ ଜୀବନରେ ବି ସେମିତି କିଛି ମୁହୂର୍ତ୍ତ ଆସେ ଯେଉଁଠି ଆମେ ଫେଲ ମାରୁ । କିନ୍ତୁ ଏହା କଣ ପରାଜୟ ବା ହାର୍‌ ?

“ମୁଁ ଫେଲ ହୋଇଗଲି, ମୋର ସବୁ ସାଙ୍ଗ ଆଗକୁ ଗଲେ କିନ୍ତୁ ମୁଁ ରହିଗଲି ..” ଏହା ହେଉଛି ଜଣେ ଫେଲ ହୋଇଥିବା ଛାତ୍ରୀର କଥା । ଆଉ ତାପରେ ସେ ଯାହା କହିଛନ୍ତି ସେକଥା ସମସ୍ତଙ୍କ ପାଇଁ ନିଶ୍ଚୟ ଭାବେ ଏକ ଶିକ୍ଷଣୀୟ ବିଷୟ । ଆଉ ତାପରେ ସେ କହିଥିଲେ ଯେ.. “ମୁଁ ଆଉ ପାଠ ପଢିବାକୁ ଚାଁହୁନଥିଲି କିନ୍ତୁ ମୋ ଶିକ୍ଷକ ଓ ବାପା ମା ଙ୍କ ପାଇଁ ମୁଁ ପୁଣିଥରେ ପାଦ ଆଗକୁ ବଢ଼ାଇଲି ଆଉ ସେହି ଶ୍ରେଣୀରେ ହିଁ ଟପ କଲି” । ଯଦି ଆପଣ କେବେ ଜୀବନରେ ଫେଲ ହୋଇଛନ୍ତି ତାହେଲେ ଆପଣ ପରିବାର ନିକଟରୁ ଗାଳି ଶୁଣିଥିବେ । ବନ୍ଧୁ ବାନ୍ଧବ, ସାହି ପଡିଶା, ସାଙ୍ଗସାଥି ସମସ୍ତଙ୍କଠୁ କିଛି ନା କିଛି ଶୁଣିବାକୁ ପଡ଼ିଥିବ । ଆଉ ସେହି ସମୟରେ ଆପଣଙ୍କ ମନରେ କଣ ଭାବନା ଆସେ ? କିଛି ପିଲା ଅଛନ୍ତି ଯେଉଁମାନେ ଭାଙ୍ଗି ପଡନ୍ତି , ଆଉ କିଛି ପିଲା ଅଛନ୍ତି ଯେଉଁମାନେ ଏହି ସମୟରେ ଭାବୁଥିବେ କି “ଆପନା ଟାଇମ ଆୟେଗା” । ଅର୍ଥାତ ମୋର ବି ଦିନେ ସମୟ ଆସିବ । କିଛି ପିଲା ସେହି ସମୟରୁ ହାର ମାନି ଯାଉଥିବା ବେଳେ ଆଉ କିଛି ପିଲା ସେହି ଠାରୁ ହିଁ ଶପଥ ନିଅନ୍ତି ଆଉ ସଫଳ ହୋଇ ଦେଖାଇଥାନ୍ତି । ତେବେ ଆପଣ କଣ ଭାବୁଛନ୍ତି ..? ଆସନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣ ବି ବୁଝି ପାରିବେ ଯେ ଫେଲ ହେବା ଆଦୌ ଖରାପ କଥା ନୁହେଁ । କଥାରେ ଅଛି ବିଫଳତା ହିଁ ସଫଳତାର ମାଇଲ୍‌ଖୁଣ୍ଟ । ଏଥିରୁ ଜାଣି ପାରୁଥିବେ ଏଭଳି ସ୍ଥିତିରେ ଆପଣଙ୍କୁ କଣ କରିବା ଆବଶ୍ୟକ ।

ଦେଖିଲେ ତ ଜୀବନରେ କୌଣସି ଶ୍ରେଣୀରେ ଫେଲ ହେବା ଏକ ବଡ଼ କଥା ନୁହେଁ । କଥା ହେଉଛି ତା ପରେ ଆପଣ କି ପଦକ୍ଷେପ ନେଉଛନ୍ତି । ଏହି ଛାତ୍ରୀ ଜଣକ ହେଉଛନ୍ତି ଦିଲ୍ଲୀ ରୋହିଣୀ ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟର ଚାରୁ ଯାଦବ । ଏକାଦଶ ଶ୍ରେଣୀରେ ଥରେ ଫେଲ ହୋଇଗଲା ପରେ ସେ ପାଠ ଛାଡି ଦେଇଥିଲେ । କିନ୍ତୁ ତାଙ୍କ ଶିକ୍ଷକ ଏବଂ ଅଭିଭାବକଙ୍କ ପ୍ରୋତ୍ସାହନ ପାଇ ସେ ପୁଣିଥରେ ପାଠ ପଢିଥିଲେ ଶେଷରେ ସେହି ଶ୍ରେଣୀରେ ହିଁ ଟପ୍ପର ହୋଇ ଦେଖାଇଥିଲେ ।

ଏହି ଭିଡିଓକୁ ମନୁ ଗୁଲାଟି ନାମ୍ନୀ ଜଣେ ସରକାରୀ ଶିକ୍ଷୟିତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ କହିଛନ୍ତି ଏହି ଛାତ୍ରୀ ଚାରୁ ଆମକୁ ଜୀବନର ଏକ ବଡ଼ ଶିକ୍ଷା ଦେଇଛନ୍ତି । ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ସେଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ମନୀଷ ସିସୋଡିୟା ମଧ୍ୟ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.