ସନ୍ଧ୍ୟା ଚା’ ସହିତ ଆଜି ପ୍ରସ୍ତୁତ କରନ୍ତୁ ‘ମସୁର ଡାଲି ଟିକ୍କି’

ବର୍ଷାଦିନରେ ସନ୍ଧ୍ୟାବେଳେ କ’ଣ ଟିକେ ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆଉ ଏବେ କରୋନା ଯୋଗୁଁ ସବୁଆଡେ ଦୋକାନ ବନ୍ଦ ଏବଂ ସଂକ୍ରମଣ ଭୟ ଯୋଗୁଁ ବାହାରୁ ଖାଇବାକୁ ଡର ଲାଗୁଛି। ତେଣୁ ଆପଣ ଘରେ ରହି ଟିକେ ଚଟପଟା ଖାଇବାକୁ ଇଚ୍ଛା କରୁଥିଲେ, ଆଜି ଆମେ ଆପଣଙ୍କ ପାଇଁ ଆଣିଦେଇଛୁ ‘ମସୁର ଡାଲି ଟିକ୍କି’। ଯାହା ଖାଇବାକୁ ବେଶ ସ୍ୱାଦିଷ୍ଟ ଅଟେ। ତେବେ ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ :

ଆବଶ୍ୟକୀୟ ସାମଗ୍ରୀ :

ମସୁର ଡାଲି : ୧ କପ୍‌ ( ଭିଜା ହୋଇଥିବା)
ଚଣା ଡାଲି : ୩ ଚାମଚ ( ଭିଜା ହୋଇଥିବା)
ଆଳୁ :୨ଟା ( ସିଝା ହୋଇଥିବା)
ପନୀର : ୧୦୦ ଗ୍ରାମ
ପୋଦିପା ପତ୍ର : ୨ ଚାମଚ ( କଟା ହୋଇଥିବା)
ଧନିଆପତ୍ର : ୨ ଚାମଚ ( ଅଳ୍ପ କଟା ହୋଇଥିବା)

tikiତେଲ : ଅଧା କପ୍‌
କଞ୍ଚା ଲଙ୍କା : ୨ଟା (ଛୋଟ କଟା ହୋଇଥିବା)
ଅଦା-ରସୁଣ ପେଷ୍ଟ : ୨ ଚାମଚ
ଗରମ ମସଲା : ୧/୪ ଚାମଚ
ଆମଚୁର ପାଉଡର : ୧/୪ ଚାମଚ
ଧନିଆ ପାଉଡର : ୧ ଚାମଚ
ଜିରା ପାଉଡର : ଅଧା ଚାମଚ
ଲେମ୍ବୁ ରସ : ଅଧା ଚାମଚ
ହଳଦୀ ପାଉଡର : ଅଧା ଚାମଚ
ଲୁଣ : ସ୍ୱାଦୁନୁସାରେ

kii

ପ୍ରସ୍ତୁତି ପ୍ରଣାଳୀ :

ଦୁଇ ଡାଲିକୁ ଅଧା କପ୍‌ ପାଣି ଦେଇ ପ୍ରେସର କୁକରରେ ୧ ସିଟି ମାରି ସିଝାଇ ଦିଅନ୍ତୁ। ଏବେ ଡାଲିକୁ ପାଣିରୁ ଛାଣି ସେଥିରେ ଆଳୁ, ପନୀର ପକାଇ ଦିଅନ୍ତୁ। ଏବେ ଗ୍ରାଇଣ୍ଡରରେ ହାଲ, ଆଳୁ, ପନୀର, ଲଙ୍କା,ଧନିଆପତ୍ର, ଅଦା- ରସୁଣ ପେଷ୍ଟ, ଗରମ ମସଲା, ଲଙ୍କା ଗୁଣ୍ଡା ପାଉଡର, ଆମଚୁର ପାଉଡର, ଧନିଆ ପାଉଡର, ଜିରା ପାଉଡର ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ।

ଏବେ ଏହାକୁ ନେଇ ଆଳୁ ଟିକ୍କି ପରି ଟିକ୍କି କରି ପ୍ୟାନରେ ୨ ଚାମଚ ତେଲ ପକାଇ ଗରମ କରନ୍ତୁ। ପରେ ସେଥିରେ ଟିକ୍କିକୁ ଅଳ୍ପ ଆଞ୍ଚରେ ସୁନେଲୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ତା’ ପରେ ଚଟଣୀ ସହିତ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.