Below header

କଟକରେ ପୁଣି ୬୪ ଆକ୍ରାନ୍ତ ଚିହ୍ନଟ, କେବଳ ସିଏମସିରୁ ୫୬

କଟକ(କେନ୍ୟୁଜ୍): କଟକରେ କାୟା ବିସ୍ତାର କରିଚାଲୁଛି କରୋନା ପ୍ରତିଦିନ ୫୦ ତଳକୁ ଖସୁନାହିଁ ଆକ୍ରାନ୍ତଙ୍କ ସଂଖ୍ୟା। ଅଜି ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଟ୍ବିଟ  କରି ସୂଚନା ଦେଇଛି ସିଏସି। ଏଥିରୁ କେବଳ ସିଏମସି ଅଞ୍ଚଳରୁ  ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ବୋଲି ସିଏମସି ଜଣାଇଛି। ଏହି ୫୬ ଜଣଙ୍କ ମଧ୍ୟରେ ଅଛନ୍ତି ୨୫ ଜଣ ଖ୍ରୀଷ୍ଟିଆନ ସାହି,ଚଣ୍ଡିମନ୍ଦିର ଛକ ଅଞ୍ଚଳର ଅଛନ୍ତି । ସେହିଭଳି ମାଲଗୋଦାମ ବେହେରା ସାହିର ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରୁପସା ପାଟଣାର ୭ ଜଣ, ସତ୍ୟମ ଫ୍ଳାଟ କେଶରପୁରର ୨ ଜଣ,  ବକ୍ସି ବଜାର କଂସେଇ ଗଳିର ଜଣେ, ବାଦାମବାଡିର ଜଣେ,ସୂତାହାଟର ଜଣେ ଲଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଇଂଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଟି ଲୋକାଲ କେସ ରହିଛି। ଏହି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରୁ ଗୋଟିଏ ଜୁବୁଲି ଟାୱାର ଓ ଆଉ ଗୋଟିଏ ମାଲଗୋଦାମର କେସ ରହିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସିଏମସି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.