ଅମ୍ବାଲା ଏୟାରବେସ୍‌ରେ ସୁରକ୍ଷିତ ଭାବେ ଅବତରଣ କଲା ଲଢୁଆ ଯୁଦ୍ଧ ବିମାନ “ରାଫେଲ୍”

ଭାରତରେ ଆସି ଲ୍ୟାଣ୍ଡ କଲେ ଫ୍ରାନ୍ସରୁ ଆସିଥିବା ୫ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ୍‌ । ୫ଟି ରାଫେଲ୍ ସହ ଦୁଇଟି Sukhoi 30 MKI ମଧ୍ୟ ଆସିଛନ୍ତି । ଭାରତରେ ପଶିବା ମାତ୍ରେ ଏଗୁଡ଼ିକୁ ବାୟୁସେନା କଣ୍ଟ୍ରୋଲ ରୁମ୍ ତରଫରୁ ସ୍ୱାଗତ କରାଯାଇଛି ‌ । ଏହା ସହ ଆଇଏନ୍‌ଏସ୍‌ କୋଲକାତା ମଧ୍ୟ ରାଫେଲ ବିମାନ ଗୁଡିକୁ ସ୍ୱାଗତ କରିଛନ୍ତି । ଏବାବଦରେ ଆଇଏନ୍‌ଏସ୍‌ କୋଲକାତା ତରଫରୁ ରାଫେଲର ପାଇଲଟ୍‌ଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିବାରୁ ଏହାକୁ ଆଇଏନ୍‌ଏସ୍‌ କୋଲକାତା “ହ୍ୟାପି ଲ୍ୟାଣ୍ଡିଂ”ର ଆଖ୍ୟା ଦେଇଛି । ଏହା ସହ କହିଛନ୍ତିକି, ଏହା ଆମ ପାଇଁ ଗର୍ବର ବିଷୟ । ଫ୍ରାନ୍ସରୁ ପ୍ରାୟ ୭ହଜାର କିମି ଅତିକ୍ରମ କରି ଭାରତ ଆସି ପହଂଚିଛନ୍ତି ୫ଟି ରାଫେଲ ସମେତ ଦୁଇଟି Sukhoi 30 MKI ।

India to receive first Rafale jet in France on Dussehra | India ...

କିଛି ସମୟ ମଧ୍ୟରେ ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଅବତରଣ କରିବ । ଗ୍ରୁପ୍‌ କ୍ୟାପ୍‌ଟେନ୍‌ ହରକିରତ ସିଂହଙ୍କ ନେତୃତ୍ୱରେ ଭାରତ ଆସିଛି ରାଫେଲ । ଏହି ରାଫେଲ ବିମାନ ଭାରତୀୟ ବାୟୁସେନାର ୧୭ ନମ୍ବର ସ୍କ୍ଵାର୍ଡନ୍‌ର ଅଂଶ ହେବ । ଏହାକୁ Golden Arrows ବୋଲି ମଧ୍ୟ କୁହାଯାଏ । ଗ୍ରୁପ୍‌ କ୍ୟାପ୍‌ଟେନ୍‌ ହରକିରତ ସିଂହ ଏହି ସ୍କ୍ଵାର୍ଡନ୍‌ର କମାଣ୍ଡିଂ ଅଫିସର ଅଛନ୍ତି । ରାଫେଲ ଆସୁଥିବାରୁ ଅମ୍ବାଲା ଏୟାରବେସର ନିକଟବର୍ତ୍ତୀ ୪ଟି ଗାଁରେ ୧୪୪ଧାରା ଲାଗୁ କରାଯାଇଛି । ଅତ୍ୟାଧୁନିକ ଯୁଦ୍ଧ ବିମାନର ଅବତରଣ ବେଳେ ଘରର ଛାତ ଉପରେ ଲୋକଙ୍କ ଭିଡ଼ ଓ ଫଟୋଗ୍ରାଫି ଉପରେ କଠୋର କଟକଣା ଲଗାଯାଇଛି । ପ୍ରଥମ ଦଫାରେ ଆସିଛି ଏହି ପାଞ୍ଚଟି ଯୁଦ୍ଧ ବିମାନ । ଏହା ସହ ପ୍ରତି ରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତିକି, “ରାଫେଲ ଲାଭ କରି ବାୟୁସେନାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ । ଏହା ସହ କହିଛନ୍ତିକି ଏବେଠୁ ଏକ ନୂଆ ଯୁଗର ଆରମ୍ଭ ହୋଇଛି ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.