Below header

ବଦଳିଲା କେନ୍ଦ୍ରୀୟ ମାନବ ସମ୍ବଳ ମନ୍ତ୍ରାଳୟର ନାଁ, ହେଲା ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାନବ ସମ୍ବଳ ମନ୍ତ୍ରାଳୟର ନାଁ ବଦଳାଯାଇ ଶିକ୍ଷା ମନ୍ତ୍ରାଳୟ କରାଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହାବାଦ ଦୀର୍ଘ ୩୪ ବର୍ଷ ପରେ ନୂଆ ଶିକ୍ଷାନୀତିକୁ ମଧ୍ୟ ମଞ୍ଜୁରୀ ମିଳିଛି । ଆଜି ଅପରାହ୍ନ ୪ଟା ସମୟରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ପ୍ରେସମିଟରେ ଏନେଇ ବିସ୍ତୃତ ଭାବେ ଘୋଷଣା କରାଯିବ । କହିରଖିବା ଉଚିତ ହେବକି, ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲାକି ମନ୍ତ୍ରାଳୟର ନାଁ ବଦଳାଯାଇ ଶିକ୍ଷା ମନ୍ତ୍ରାଳୟ ରଖାଯାଉ । ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ଫଇସଲା ଉପରେ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଏହା ସହ ନୂତନ ଶିକ୍ଷା ନୀତିକୁ ମଧ୍ୟ ସ୍ୱୀକୃତି ମିଳିଛି । ଏହି ନୂଆ ନୀତି ଅନୁଯାୟୀ ପୁରା ଉଚ୍ଚ ଶିକ୍ଷା କ୍ଷେତ୍ର ପାଇଁ ଗୋଟିଏ ନିୟାମକ ହେବ ।
କହିରଖିବା ଉଚିତ ହେବକି, ଶିକ୍ଷା ମନ୍ତ୍ରାଳୟ ଉଚ୍ଚ ଶିକ୍ଷା ପାଇଁ ଏକ ନିୟାମକ ସଂସ୍ଥା “ନ୍ୟାସନାଲ ହାୟର ଏଜୁକେସନ ରେଗୁଲେଟରୀ ଅଥରିଟି ବା ହାୟର ଏଜୁକେସନ କମିଶନ ଅଫ ଇଣ୍ଡିଆ” ସ୍ଥାପନ କରିଛନ୍ତି । ଆଉ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷା ନୀତିର ନିର୍ମାଣ ୧୯୮୬
ମସିହାରେ କରାଯାଇଥିବା ବେଳେ ୧୯୯୨ ରେ ଏଥିରେ କିଛି ଜରୁରୀ ପରିବର୍ତ୍ତନ ଅଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.