Below header

ମଣିଷ ମୁହଁ ଭଳି ଥିବା ମାଛର ଭିଡିଓ ଭାଇରାଲ, ଲୋକେ ଦେଖି ହେଉଛନ୍ତି ଆଶ୍ଚର୍ଯ୍ୟ

କେତେବେଳେ ମଣିଷ ଦାନ୍ତଭଳି ମାଛ ଦେଖିବାକୁ ମିଳିଥାଏ ତ କେବେ ସ୍ମାଇଲ କରୁଥିବା ମାଛର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳେ । ତେବେ ବର୍ତ୍ତମାନ ଏକ ମାଛର ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯାହାର ମୁହଁ ଦେଖିବାକୁ ଅବିକଳ ମାଛ ମୁହଁ ଭଳି । ଏହି ମାଛ ଏବେ ରହିଛି ଖୁବ ଚର୍ଚ୍ଚାରେ । ମଣିଷ ଭଳି ଚେହେରା ପାଇଥିବା ଏକ ମାଛର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଦୁନିଆରେ ବିଭିନ୍ନ ପ୍ରକାର ମାଛ ଅଛି । ଏଥିସହିତ ମାଛ ମାନଙ୍କର ଅନେକ ପ୍ରକାରର ପ୍ରଜାତି ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ କିଛି ମାଛର ଗଢଣୀ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏଭଳି ମାଛଗୁଡ଼ିକର ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ମଣିଷ ଦାନ୍ତଭଳି ମାଛ ଦେଖିବାକୁ ମିଳିଥାଏ ତ କେବେ ସ୍ମାଇଲ କରୁଥିବା ମାଛର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳେ । ତେବେ ବର୍ତ୍ତମାନ ଏକ ମାଛର ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯାହାର ମୁହଁ ଦେଖିବାକୁ ଅବିକଳ ମାଛ ମୁହଁ ଭଳି । ଏହି ମାଛ ଏବେ ରହିଛି ଖୁବ ଚର୍ଚ୍ଚାରେ । ମଣିଷ ଭଳି ଚେହେରା ପାଇଥିବା ଏକ ମାଛର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଏଭଳି ଅଜବ ପ୍ରଜାତିର ମାଛ ଗତ ୨୦୧୯ ମସିହାରେ ଦକ୍ଷିଣ ଚୀନର କୁନମିଙ୍ଗ ନିକଟ ଏକ ଗାଁରେ ଦେଖାଯାଇଥିଲା । ଏଠାକାର ଏକ ପୋଖରୀରେ ହଠାତ୍ ଏଭଳି ଏକ ମାଛକୁ ଦେଖିଥିଲେ ଗ୍ରାମବାସୀ । ଯାହାକୁ ଦେଖି ସେମାନେ ଚମକି ପଡ଼ିଥିଲେ । କାରଣ ଏହି ମାଛଟିର ଚେହେରା ସମ୍ପୂର୍ଣ୍ଣ ଭାବରେ ମଣିଷ ଭଳି ଥିଲା । ମଣିଷ ମୁହଁରେ ଆଖି, ନାକ ଏବଂ ପାଟି ଯେପରି ରହିଥାଏ, ଏହି ମାଛ ଚେହେରାର ଗଢଣୀ ମଧ୍ୟ ଠିକ ସେହିପରି ହୋଇଛି । ଯାହାକୁ ଦେଖି ସେଠାକାର ଲୋକେ ନିଜକୁ ହିଁ ବିଶ୍ୱାସ କରି ପାରି ନାହାନ୍ତି । ତେବେ ଜଣେ ବ୍ୟକ୍ତି ଏହି ମାଛ ପାଣିରେ ଭାସୁଥିବାବେଳେ ମୋବାଇଲରେ ରେକର୍ଡ କରିନେଇଥିଲେ । ଯାହାକୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହି ଭିଡିଓକୁ ସେୟାର କରି ଜଣେ ବ୍ୟକ୍ତି କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଏହି ମାଛର ଚେହେରା ମଣିଷ ଭଳି କାହିଁକି?’ ୧୫ ସେକେଣ୍ଡର ଏହି ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ୟୁଜର ଏଥିରେ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.