ସାଉଦି ଆରବରେ ଫସିଛନ୍ତି ଝାଡ଼ଖଣ୍ଡର ୪୫ ଶ୍ରମିକ, ନିଜ ଦେଶକୁ ଫେରିବାକୁ ସରକାରଙ୍କୁ କଲେ ନିବେଦନ

ସାଉଦି ଆରବରେ ଫସିଛନ୍ତି ଭାରତର ୪୫ ଜଣ ପ୍ରବାସୀ ଶ୍ରମିକ। ଏହି ଶ୍ରମିକମାନେ ଝାଡ଼ଖଣ୍ଡର ଗିରିଡିହ, ହଜାରିବାଗ ଏବଂ ବୋକାରୋ ଜିଲ୍ଲାର ବାସିନ୍ଦା। ଶ୍ରମିକମାନେ ଏକ ଭିଡିଓ ଜାରି କରି ନିଜ ଦେଶକୁ ଫେରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସାଉଦି ଆରବରେ ଫସିଛନ୍ତି ଭାରତର ୪୫ ଜଣ ପ୍ରବାସୀ ଶ୍ରମିକ। ଏହି ଶ୍ରମିକମାନେ ଝାଡ଼ଖଣ୍ଡର ଗିରିଡିହ, ହଜାରିବାଗ ଏବଂ ବୋକାରୋ ଜିଲ୍ଲାର ବାସିନ୍ଦା। ଶ୍ରମିକମାନେ ଏକ ଭିଡିଓ ଜାରି କରି ନିଜ ଦେଶକୁ ଫେରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। କୁହାଯାଉଛି ଯେ କମ୍ପାନୀ ଏହି ଶ୍ରମିକମାନଙ୍କୁ କାମ ବଦଳରେ ଗତ ୫ ମାସ ହେବ ମଜୁରୀ ଦେଇନାହିଁ, ଯେଉଁ କାରଣରୁ ସେମାନେ ଖାଦ୍ୟପେୟର ସମସ୍ୟା ଭୋଗୁଛନ୍ତି।

ଏଭଳି ସ୍ଥିତିରେ ଶ୍ରମିକମାନେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସେମାନଙ୍କ ଅସୁବିଧା ସମ୍ପର୍କରେ ବର୍ଣ୍ଣନା କରିବା ସହ ନିଜ ଦେଶକୁ ଫେରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ବକେୟା ମଜୁରୀ ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି।

ଭିଡିଓରେ ଜଣେ ଶ୍ରମିକ କହୁଛନ୍ତି ଯେ ‘ଆମେ ୨୦୨୩ ମେ’ ୧୧ରେ ସାଉଦି ଆରବ ଆସିଥିଲୁ। କମର୍ସିଆଲ୍‌ ଟେକ୍ନୋଲୋଜି ପ୍ଲସ୍ ନାମକ କମ୍ପାନୀ ଆମକୁ ସାଉଦି ଆରବକୁ ଆଣିଥିଲା। ଆମେ ୫୫ ହଜାର ଟଙ୍କା କମିଶନ ଦେଇ ଏଠାରେ ଥିଲୁ। ଭାରତରୁ ସାଉଦି ଆରବକୁ ନେବାବେଳେ ଆମ ସହିତ ଚୁକ୍ତି ହୋଇଥିଲା ଯେ ଲାଇନମ୍ୟାନଙ୍କୁ ୧୫୦୦ ସାଉଦି ରିୟାଲ, ଓଭରନାଇଟ୍‌ ପାଇଁ ୭୦୦ ରିୟାଲ୍‌ ଦିଆଯିବ। ଏଠାରେ ଆମେ ସାତ ମାସ ଧରି କାମ କରୁଛୁ, ଯେଉଁଥିରୁ ଆମକୁ କେବଳ ଦୁଇ ମାସର ଦରମା ଦିଆଯାଇଛି। ବକେୟା ରାଶି ଦିଆଯାଉ ନାହିଁ। ଯଦି ଆମେ ସେମାନଙ୍କୁ ବକେୟା ମାଗୁ, ତେବେ ଆମଠାରୁ ଜବରଦସ୍ତି କାମ ଆଦାୟ କରାଯାଉଛି ଏବଂ ଜେଲ୍‌ ପଠାଇବାକୁ ଧମକ ଦିଆଯାଉଛି’।

ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରବାସୀ ଶ୍ରମିକଙ୍କ ହିତରେ କାମ କରୁଥିବା ସିକନ୍ଦର ଅଲି ଭାରତ ଏବଂ ଝଡ଼ଖଣ୍ଡ ସରକାରଙ୍କୁ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.