Below header

ରାଜ୍ୟରେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ବିଦ୍ୟୁତ ସଂଯୋଗ ଦେଇଛି ଟାଟା ପାଓ୍ଵାର

ଟାଟା ପାଓ୍ଵାର ନେତୃତ୍ୱରେ ଓଡ଼ିଶା ଡିସକମ୍‌ ରାଜ୍ୟରେ ୧୦ ଲକ୍ଷ ୪୦ ହଜାର ୨୨ଟି ନୂଆ ବିଦ୍ୟୁତ ସଂଯୋଗ ଦେଇଛି ।

ଭୁବନେଶ୍ୱର : ଟାଟା ପାଓ୍ଵାର ନେତୃତ୍ୱରେ ଚାଲିଥିବା ଓଡ଼ିଶା ଡିସକମ୍‌ ରାଜ୍ୟରେ ୧୦ ଲକ୍ଷ ୪୦ ହଜାର ୨୨ଟି ନୂଆ ବିଦ୍ୟୁତ ସଂଯୋଗ ଦେଇଛି । ଗ୍ରାହକଙ୍କ ପାଇଁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥାକୁ ଆହୁରି ସହଜ ଓ ସରଳ କରାଯାଇଛି । େଓ୍ଵବସାଇଟ୍‌, କଲ୍‌, ହ୍ଵାଟସଆପ୍‌, ଇ-ମେଲ ଏବଂ ଗ୍ରାହକ କେନ୍ଦ୍ର ଜରିଆରେ ଗ୍ରାହକମାନେ ସହଜରେ ଆବେଦନ କରି ପାରିବେ ।

ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି ଟାଟା ପାଓ୍ଵାର । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ଦିଗରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବଶ୍ୟକ ଦସ୍ତାବିଜକୁ ମଧ୍ୟ ସହଜ କରିଛି ଟାଟା ପାଓ୍ଵାର । ଏହାକୁ ଡିଜିଟାଇାଜଡ କରାଯାଇଛି ଖାସ୍‌ ଗ୍ରାହକମାନଙ୍କ ସୁବିଧା ପାଇଁ । ଏଥିରେ ୪ ପ୍ରକାର ବ୍ୟବସ୍ଥା ରହିଛି । ପଞ୍ଜୀକରଣ, ଦସ୍ତାବିଜ୍‌ ଦାଖଲ, ଦେୟ ଏବଂ ଯାଞ୍ଚ ଓ ମିଟର ଲଗାଇବା ।

ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ସହଜ ହେବା ଫଳରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ଘଟିଛି । ବିଭିନ୍ନ ଉନ୍ନତମାନର ବ୍ୟବସ୍ଥା ଦ୍ୱାରା ଗୁଣାତ୍ମକ ବିଦ୍ୟୁତ ଯୋଗାଇ ଓଡ଼ିଶା ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ଟାଟା ପାଓ୍ଵାର ।

TATA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.