Below header

ଦୋକାନରେ ୭୫ ବର୍ଷ ହେବ ଲିଭିନି ଚୁଲି, ଏହା ପଛରେ ରହସ୍ୟ କଣ ?

ରାଜସ୍ଥାନର ଯୋଧପୁର ସହରର କେନ୍ଦ୍ରସ୍ଥଳରେ ଏକ କ୍ଷୀର ଦୋକାନ ଅବସ୍ଥିତ। ଏହି ଦୋକାନରେ ୭୫ ବର୍ଷ ହେବ ଜଳୁଛି ଚୁଲି । ଗରମ ହେଉଛି କ୍ଷୀର । ଦୋକାନରେ ୭୫ ବର୍ଷ ହେବ ଲିଭିନି ଚୁଲି।

ଆମ ଦେଶରେ ରହିଛି ଅନେକ ଦୋକାନ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଦୋକାନ ବିଷୟରେ କହିବାକୁ ଯାଉଛୁ ଯେଉଁ ଦୋକାନର ରହସ୍ୟ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରାଜସ୍ଥାନର ଯୋଧପୁର ସହରର କେନ୍ଦ୍ରସ୍ଥଳରେ ଏକ କ୍ଷୀର ଦୋକାନ ଅବସ୍ଥିତ । ଏହି ଦୋକାନରେ ୭୫ ବର୍ଷ ହେବ ଜଳୁଛି ଚୁଲି । ଗରମ ହେଉଛି କ୍ଷୀର । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦୋକାନରେ କେବେ ଚୁଲି ଲିଭିନାହିଁ । ପିଢ଼ି ପରେ ପିଢ଼ି ଏହି ଦୋକାନ ଚାଲି ଆସୁଛି । ଏହି ଦୋକାନର କ୍ଷୀର ବହୁତ୍‌ ପ୍ରସିଦ୍ଧ । ସେଥିପାଇଁ ଏହି ଦୋକାନରେ ସବୁବେଳେ ଗ୍ରାହକଙ୍କ ଭିଡ଼ ଲାଗିଥାଏ ।

ତେବେ ଏହି ଦୋକାନୀ ଜଣକ କହିବା ଅନୁଯାୟୀ, ୧୯୪୯ ମସିହାରୁ ଦୋକାନରେ ଜଳୁଛି ଚୁଲି । ଦୋକାନରେ କ୍ଷୀର ଗରମ କରିବା ପାଇଁ ଜଳୁଥିବା ଚୁଲିଟି ୧୯୪୯ ମସିହାରୁ ଜମା ଲିଭିନାହିଁ ବୋଲି ଦୋକାନୀ ବିପୁଲ ନିକୁବ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ସ୍ୱାଧୀନ ପରେ ତାଙ୍କ ଜେଜେବାପା ଏହି ଦୋକାନ କରିଥିଲେ । ସେବେଠାରୁ କୋଇଲା ଓ କାଠକୁ ଜାଳେଣି ଭାବେ ବ୍ୟବହାର କରି ଚୁଲିରେ କ୍ଷୀର ଗରମ କରାଯାଏ । ଆଉ ଏହି ଚୁଲି ସେବେଠାରୁ କେବେ ଲିଭି ନାହିଁ । ୨୨ ରୁ ୨୪ ଘଣ୍ଟା ଏହି ଦୋକାନ ଖୋଲା ରହୁଥିବା ବେଳେ ଚୁଲିଟି ଲିଭିବାକୁ ଫୁରସତ୍‌ ପାଇନି । ଏହିପରି ୭୫ ବର୍ଷ ହେବ ଚୁଲି ଲିଭିନାହିଁ।

ତେବେ ଏହି ଦୋକାନଟି ସ୍ଥାନୀୟ ଅଞ୍ଚଳରେ ଗରମ କ୍ଷୀର ପାଇଁ ବେଶ୍‌ ଚର୍ଚ୍ଚାରେ ରହିଛି । ଗ୍ରାହକ ମାନେ ମଧ୍ୟ କ୍ଷୀର ପିଇବାକୁ ଏହି ଦୋକାନ ସାମ୍ନାରେ ଭିଡ଼ ଜମାଇ ଥାଆନ୍ତି । ଏହି ଦୋକାନଟି ସେହି ଅଞ୍ଚଳରେ ନାଁ କମାଇବା ସହ ବେପାରରେ ମଧ୍ୟ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.