ଜାଣନ୍ତି କି ଇଲେକ୍ଟ୍ରିକ୍‌ ଫେସିଆଲ କଣ, ସୁନ୍ଦର ଦେଖାଯିବା ପାଇଁ ବ୍ୟବହାର କରନ୍ତି ବିଦ୍ୟୁତ ତାର

ଯଦି ଆପଣ ଏହି ଫେସିଆଲ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଫେସିଆଲ କଲେ ଥରକରେ ପ୍ରାୟ ୧୮୦ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୧୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଲୋକମାନେ ନିଜ ଶରୀର ଏବଂ ଚେହେରାକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଏକ୍ପପେରିମେଣ୍ଟ କରନ୍ତି । ବେଳେବେଳେ ଏହି ଏକ୍ସପେରିମେଣ୍ଟ ଏତେ ଭୟଙ୍କର ଓ ଅଦ୍ଭୁତ ହୋଇଥାଏ ଯେ ସେଗୁଡ଼ିକ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହିପରି ଗୋଟିଏ ଏକ୍ସପେରିମେଣ୍ଟ ହେଉଛି ଇଲେକ୍ଟ୍ରିକ୍‌ ଫେସିଆଲ । ତେବେ ଏହି ଫେସିଆଲ ସମୟରେ ଲୋକମାନେ ନିଜ ଚେହେରାକୁ ସୁନ୍ଦର କରିବା ପାଇଁ ମୁହଁରେ ଇଲେକ୍ଟ୍ରିକ୍ ତାର ଲଗାନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ତାରଗୁଡ଼ିକରେ କରେଣ୍ଟ ଥାଏ । ଆପଣଙ୍କୁ ବି ଏକଥା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ସୁନ୍ଦର ଦେଖାଯିବା ପାଇଁ କିଛି ଲୋକ ଏଭଳି କାର୍ଯ୍ୟ କରନ୍ତି ।

ଏହି ଫେସିଆଲକୁ ଇଲେକ୍ଟ୍ରିକ୍ ଫେସିଆଲ୍ ବୋଲି କୁହାଯାଏ, ଏହାକୁ ହାନିବଲ୍ ଲେକ୍ଟର୍ ଫେସିଆଲ୍ ବା ଗାଲଭାନିକ୍ ମଧ୍ୟ କୁହାଯାଏ । ଏହି ଫେସିଆଲ ସମୟରେ ଚେହେରାରେ ଇଲେକ୍ଟ୍ରିକ୍‌ ତାରଗୁଡ଼ିକ ବ୍ୟବହାର କରାଯାଏ । କିନ୍ତୁ ଏଥିରେ କରେଣ୍ଟର ଫ୍ଲୋ ବହୁତ କମ୍ ଥାଏ । ଏହା ଏତେ ହାଲୁକା ହୋଇଥାଏ ଯେ ଏହା ଚେହେରାରେ କୌଣସି କ୍ଷତି କରେ ନାହିଁ । କିନ୍ତୁ ଏକ୍ସପର୍ଟମାନେ ଏହାକୁ ନେଇ ଅନେକ କ୍ଷତି ହୋଇଥିବା ପ୍ରକାଶ କରିଛନ୍ତି ।

ଯଦି ଆପଣ ଏହି ଫେସିଆଲ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଫେସିଆଲ କଲେ ଥରକରେ ପ୍ରାୟ ୧୮୦ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୧୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଯେଉଁମାନେ ଏହି ଫେସିଆଲ କରନ୍ତି ସେମାନେଙ୍କ ସ୍କିନ ଟୋନ ଭଲ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି । ସୂଚନା ଥାଉ କି ଏହି ଫେସିଆଲର କ୍ରେଜ୍‌ କେବଳ ଆମେରିକାରେ ହିଁ ରହିଛି । କିନ୍ତୁ ଏକ୍ସପର୍ଟମାନେ କହିଛନ୍ତି ଯେ ଏହି ଫେସିଆଲରେ ଅନେକ ସମସ୍ୟା ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.