Below header

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ୬ ଗିରଫ

ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଡିଡିଙ୍ଗାପଦର୍ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ । ୬ ଅପରାଧୀଙ୍କୁ ଗିରଫ କରିଛି ପୋଲିସ

ବୌଦ୍ଧ : ହତ୍ୟା ଘଟଣାର ପର୍ଦାଫାସ୍‌ କଲା ବୌଦ୍ଧ ପୋଲିସ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଡିଡିଙ୍ଗାପଦର୍ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ । ୬ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ଡିଡିଙ୍ଗାପଦର୍ ଗ୍ରାମ୍ୟ ଜଙ୍ଗଲରୁ ଗତ ୩୦ ନଭେମ୍ବର ରେ ଅଜଣା ଯୁବକର ଶବ ଉଦ୍ଧାର ଘଟଣାର ପର୍ଦାଫାସ୍ କରିଛି ବୌଦ୍ଧ ପୋଲିସ । ମୃତକ ଜଣକ ମନମୁଣ୍ଡା ଥାନା ତିଲପଙ୍ଗା ଗ୍ରାମର ମଧୁ କହଁର ବୋଲି ସୂଚନା ମିଳିଛି।

ମଧୁଙ୍କୁ ହତ୍ୟା କରିଥିବା ସମସ୍ତ ୬ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ଛୁରୀ, ମାରୁତି କାର ସହିତ ବାଇକ୍ ଓ ମୋବାଇଲ ଫୋନ ଜବତ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ ରେ ଏସପି ରାଜ ପ୍ରସାଦଙ୍କ ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ତିଲପଙ୍ଗା ଗ୍ରାମର ମଧୁ କହଁର ପେଶାରେ ଜଣେ ଚାଷୀ ହୋଇଥିବା ବେଳେ କଳା ଯାଦୁ ମଧ୍ୟ କରନ୍ତି । କିଛି ଦିନ ପୂର୍ବେ ମଧୁଙ୍କ ଗ୍ରାମରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ମଧୁ କହଁର କଳା ଯାଦୁ କରି ତାଙ୍କ ବାପାଙ୍କୁ ମାରିଦେଇଥିବା ନେଇ ସନ୍ଦେହ କରିଥିଲେ । ତେବେ ଏହାର ପ୍ରତିଶୋଧ ନେବା ପାଇଁ ଦୁଇ ଭାଇ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ନେଇ ଗୋଟିଏ ସ୍ଵିଫ୍ଟ ଡିଯାର ଗାଡ଼ିରେ ମଧୁ କହଁରଙ୍କୁ ଅପହରଣ କରିବା ସହିତ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଏକ ଛୁରୀ ରେ ବେକକୁ କାଟି ହତ୍ୟା କରିଥିଲେ । ହତ୍ୟା କରି ସେଠାରେ ଶବ ଫିଙ୍ଗିଦେଇ ଫେରାର ମାରିଥିଲେ ।

ତେବେ ଆଜି ଏହି ହତ୍ୟା ଘଟଣାର ପ୍ରକୃତ ସତ୍ୟାସତ୍ୟ ପୋଲିସ ସାମ୍ନାକୁ ଆଣିଥିବା ବେଳେ ହତ୍ୟାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ହତ୍ୟାରେ ବ୍ୟବହୃତ ଛୁରୀ, ମାରୁତି କାର, ବାଇକ୍ ଓ ମୋବାଇଲ ଜବତ କରିଛି । ତେବେ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ନେଇ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.