Below header

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏସମା ଲାଗୁ: ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ହେଲା ଲାଗୁ

ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରାଯିବା ଖବର ସାମ୍ନାକୁ ଆସିଛି । ଆଜିଠାରୁ ୬ ମାସ ପାଇଁ ଏସମା ଲାଗୁ କରାଇଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରାଯିବା ଖବର ସାମ୍ନାକୁ ଆସିଛି । ଆଜିଠାରୁ ୬ ମାସ ପାଇଁ ଏସମା ଲାଗୁ କରାଇଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ ।

ସୂଚନା ଅନୁଯାୟୀ, ନର୍ସ, ପାରାମେଡିକ୍ସ, ଟେକ୍ନିସିଆନଙ୍କ ପାଇଁ ଏସମା ଲାଗିଛି । ଏହା ବ୍ୟତୀତ ୩ୟ ଏବଂ ୪ର୍ଥ କର୍ମଚାରୀ ସହ ଚୁକ୍ତିଭିତ୍ତିକ ପାଇଁ ମଧ୍ୟ ଲାଗୁ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.