ସାମ୍ବାଦିକଙ୍କୁ ପଥରରେ ଛେଚି ହତ୍ୟା ଘଟଣା, ନାବାଳକ ଗିରଫ

ଗୋପାଳପୁରରେ ସାମ୍ବାଦିକକୁ ନିର୍ମମ ହତ୍ୟା ଘଟଣା । ହତ୍ୟା ଘଟଣାରେ ଜଣେ ନାବାଳକକୁ ଗିରଫ କରିଛି ପୋଲିସ

ବ୍ରହ୍ମପୁର : ଗୋପାଳପୁରରେ ସାମ୍ବାଦିକକୁ ନିର୍ମମ ହତ୍ୟା ଘଟଣା । ହତ୍ୟା ଘଟଣାରେ ଜଣେ ନାବାଳକକୁ ଗିରଫ କରିଛି ପୋଲିସ। ମାତ୍ର ୬ ହଜାର ଟଙ୍କା ପାଇଁ ନାବାଳକ ଜଣକ ସାମ୍ବାଦିକକୁ ହତ୍ୟା କରିଛି । ଗିରଫ ହୋଇଥିବା ନାବାଳକ (୧୫) ଜଣଙ୍କ ଭଞ୍ଜନଗର ଥାନା ଅଞ୍ଚଳର ବୋଲି ପୁଲିସ କହିଛି ।

ସୁଚନା ମୁତାବକ୍‌, କିଛି ମାସ ପୂର୍ବେ ଜଗନ୍ନାଥ ଗଙ୍ଗାପୁରରେ ବି ଏକ ଫାଷ୍ଟଫୁଡ଼ ଦୋକନ ଖୋଲଥିଲେ । ଏଠାରେ ଭଞ୍ଜନଗରର ଜଣେ ନାବାଳକଙ୍କ ସହ ପରିଚିତ ହୋଇଥିଲା । ପ୍ରାୟ ୪ମାସ ହେଲା ଜଗନ୍ନାଥ ଗୋପାଳପୁର ଥାନା ଅଞ୍ଚଳରେ ଜଗନ୍ନାଥ ନାୟକ ଏକ ଫାଷ୍ଟଫୁଡ଼ ଦୋକାନ ଖୋଲିଥିଲେ । ଏଠାରେ ଜଣକୁ ହେଲପର ଭାବେ ଆଉ ଜଣଙ୍କୁ କାରିଗର ଭାବେ ରଖିଥିଲେ । ହେଲପର ଭାବେ ନାବାଳକ ଜଣକ ଦୀର୍ଘ ୪ମାସ କାମ କରୁଥିଲା । ମାସକୁ ୧୫୦୦ ଟଙ୍କା ଦରମା ଜଗନ୍ନାଥ ନାବାଳକଙ୍କୁ ଦେବେ ବୋଲି କହିଥିଲେ । କିନ୍ତୁ ଜଗନ୍ନାଥ ମାସକୁ ମାସ ଦରମା ଦେଇଥିଲେ । ନାବାଳକ ଜଣକ ଯେତେବେଳେ ବି ଟଙ୍କା ମାଗିଥିଲେ ଜଗନ୍ନାଥ ନାବାଳକକୁ ଦୁର୍ବ୍ୟବହାର କରି ଆକ୍ରମଣ କରିଥିଲେ। ଏପରି କି ଜଗନ୍ନାଥ ନାବାଳକଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ୪ମାସର ଦରମା ନ ମିଳିବା ହେତୁ ନାବାଳକ ଜଣକ ଜଗନ୍ନାଥଙ୍କ ଫାଷ୍ଟଫୁଡ଼ ଦୋକାନ ଛାଡିବାକୁ ଚେଷ୍ଟା କରିଥିଲା । କିନ୍ତୁ ଜଗନ୍ନାଥ ନାବାଳକଙ୍କୁ ଟଙ୍କା ଚୋରି କରିଥିବା ଅଭିଯୋଗ ନେଇ ଥାନାରେ ଜଣାଇବେ ଆଉ ପୁଲିସ ତାକୁ ବାନ୍ଧି ନେବ ବୋଲି ଧମକ ଦେଇଥିଲା । ଏହା ଫଳରେ ନାବାଳକର ମନରେ ଭୟ ସୃଷ୍ଟି ହୋଇଥିଲା । ତେଣୁ ନାବାଳକ ଜଣକ ଜଗନ୍ନାଥ ନାୟକଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

ଗତ ୨୮ ତାରିଖରେ ସନ୍ଧ୍ୟାରେ କାରିଗର(ରୋଷୟା) ଜଣକ ନିଜ ଘରକୁ ଗଲେ । ସେଦିନ ରାତିରେ ଜଗନ୍ନାଥ ଓ ନାବାଳକ ଜଣକ ଗୋପାଳପୁର ରେଉ ସାହିରେ ଥିବା ଭଡ଼ା ଘରେ ରହିଲେ । ୨୯ ତାରିଖ ସକାଳେ ଜଗନ୍ନାଥ ନାୟକ ଶୋଇଥିବାବେଳେ ନାବାଳକ ଏକ ଭାରୀ ପଥର ଆଣି ତାଙ୍କ ମୁଣ୍ଡରେ ଫୋପାଡି ଦେଇଥିଲା ଏବଂ ତାଙ୍କ ମୁଣ୍ଡରେ ଲୁହା କବାଟ ବ୍ୟବହାର କରି ଆକ୍ରମଣ କରିଥିଲା। ଆକ୍ରମଣ ଏବଂ ଆଘାତ ଯୋଗୁଁ ଜଗନ୍ନାଥ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ନାବାଳକ ଜଣକ ଘର ବାହାରେ ତାଲା ପକାଇ ଘର ଛାଡି ଭଞ୍ଜନଗର ଚାଲିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.