ଟଙ୍କା ବଞ୍ଚାଇବା ପାଇଁ ଅଦ୍ଭୁତ ଯୋଜନା, ପତି-ପତ୍ନୀ ନିଜ ଭିତରେ ଅଦଳ ବଦଳ କରି ପିନ୍ଧନ୍ତି ପୋଷାକ

ନଟିଂହମ୍‌ : ଅୟସ ଆରାମରେ ରହିବାକୁ କିଏ ବା ନଚାହେଁ । ହେଲେ ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦରକାର ହୋଇଥାଏ । ତେବେ କିଛି କିଛି ଗୃହିଣୀ କିନ୍ତୁ ପଇସା ବଞ୍ଚାଇବାର ବହୁତ ଭଲ ତରିକା କାଢ଼ି ଥାଆନ୍ତି । ଯାହାକୁ ବ୍ୟବହାର କରି ସେମାନେ ନିଜ ପରିବାରର ଭବିଷ୍ୟତ ପାଇଁ ଭଲ ଦି ପଇସା ବଞ୍ଚାଇ ପାରିଥାନ୍ତି । ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯୁକ୍ତ ରାଜ୍ୟର ଯେଉଁଠି ପତି-ପତ୍ନୀ କିଛି ଅଜବ ଯୋଜନା ଆପଣେଇଛନ୍ତି ଅର୍ଥ ବଞ୍ଚାଇବା ପାଇଁ ।

ଘର ଚଳାଇବା ପାଇଁ ପ୍ରତ୍ୟେକ ପରିବାର ଅଲଗା ଅଲଗା ଉପାୟ ଆପଣେଇଥାନ୍ତି । କେହି ରାଜା ଭଳି ବଞ୍ଚିବାକୁ ଚାହାଁନ୍ତି ତ କିଏ ନିଜର ଭବିଷ୍ୟତ ପାଇଁ ଅର୍ଥ କାଟ କରି ଟଙ୍କା ସଂଚୟ କରିବାର କଳା ଆପଣେଇଥାନ୍ତି । ଏମିତି ଦମ୍ପତି ଦୁହେଁ ହେଉଛନ୍ତି ଯୁକ୍ତରାଜ୍ୟ ନଟିଂହମ୍‌ର ବାସିନ୍ଦା । ୩୪ ବର୍ଷ ବୟସ୍କା ଗ୍ରେସ ସର୍ଗେ ଜଣେ ଡିଜିଟାଲ ଡେଲିଭରି ମ୍ୟାନେଜର ଥିବା ବେଳେ ତାଙ୍କ ପତିଙ୍କ ନାମ ହେଉଛି ରିୟନ୍‌ କେନଓ୍ଵାର୍ଡ । ଏହି ପତି-ପତ୍ନୀ ଦୁହେଁ ମିଶି ଜୀବନ ସହ ବହୁ କ୍ଷେତ୍ରରେ ବୁଝାମଣା କରିଛନ୍ତି ।

ଯେମିତିକି ପତି-ପତ୍ନୀ ଗୋଟିଏ wardrobe ରେ କେବଳ ସେମାନଙ୍କର ପୋଷାକ ରଖି ନାହାଁନ୍ତି ବରଂ ଗୋଟିଏ ପୋଷାକକୁ ଉଭୟେ ବ୍ୟବହାର କରିଥନ୍ତି । ସେଥିପାଇଁ ସେମାନେ ପୁରୁଷ ଓ ମହିଳା ପିନ୍ଧି ପାରିବା ଭଳି ଗୋଟିଏ ପୋଷାକ କିଣନ୍ତି । ଯାହାକୁ ଉଭୟେ ପିନ୍ଧି ପାରିବେ । ପୋଷାକରେ ଏପରି ସିଲେକସନ୍‌ କରିବା ପାଇଁ ଅବଶ୍ୟ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ବିଭିନ୍ନ ମଲ ବୁଲି ପୋଷାକ ବାଛିଥାନ୍ତି । ଯେଉଁ ପୋଷାକକୁ ପତି-ପତ୍ନୀ ଉଭୟେ ପିନ୍ଧି ପାରିବେ । ଏହାଦ୍ୱାରା ଅଳ୍ପ ପୋଷାକ କିଣା ହେବା ସହ ଟଙ୍କା ବି ବଞ୍ଚିଯିବ ।

ପତି-ପତ୍ନୀଙ୍କ ଗୋଟିଏ wardrobe

ଗ୍ରେସ ଟଙ୍କା ବଞ୍ଚାଇବା ପାଇଁ ଏକ କୌଶଳ କରିଥିଲେ । ପତି-ପତ୍ନୀଙ୍କ ପାଇଁ ଦୁଇଟି wardrobe ନକିଣି ଗୋଟିଏ କିଣିଥିଲେ । ଫଳରେ ଗୋଟିଏ ଥରରେ ଗ୍ରେସ ୭୭ ହଜାର ଟଙ୍କା ସେଭିଂ କରିପାରିଥିଲେ । କେବଳ wardrobe ନୁହେଁ ଡ୍ରେସ ମଧ୍ୟ ପତି-ପତ୍ନୀ ସେୟାର କରିଥାନ୍ତି । ଫଳରେ ଦୁଇଟି ଡ୍ରେସ ଯାଗରେ ଗୋଟିଏ ରେ କାମ ଚଳିଯାଇଥାଏ । ସେମାନେ ଏମିତି ଡ୍ରେସ କିଣନ୍ତି ଯାହାକୁ ଗ୍ରେସ ପିନ୍ଧିବା ସହ ତାଙ୍କ ପତି ମଧ୍ୟ ପିନ୍ଧି ପାରିବେ ।
ଦି ସନ୍‌ ପତ୍ରିକା ଅନୁଯାୟୀ ଶୀତ ଦିନର ପୋଷାକ ପାଇଁ ମଧ୍ୟ ସେମାନେ ଏପରି ଗୋଟିଏ ପୋଷାକ ଚୟନ କରିଥାନ୍ତି । ଯାହାକୁ ଉଭୟେ ପିନ୍ଧିପାରିବେ । ଏମିତି ମଧ୍ୟ ଗ୍ରେସ ୭୭ ହଜାର ଟଙ୍କା ବଞ୍ଚାଇ ପାରିଥିଲେ । ଏଥି ସହିିତ ଚଷମା, ବେଲ୍ଟ, ଜୋତା ଓ ଏପରି ବହୁ ଜିନିଷରେ ସେମାନେ ଅର୍ଥ ବଞ୍ଚାଇ ପାରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.