Below header

ମା’ ପୁଅ ପାଣିକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ, ଘଟିଲା ଚମତ୍କାର ବଞ୍ଚିଲା ଦୁହିଁଙ୍କ ଜୀବନ

ବସ୍‌ ଆଗରେ ରାସ୍ତାରେ ମା ପୁଅ ସାଙ୍ଗ ହୋଇ ଯାଉଛନ୍ତି । ଏହି ସମୟରେ ହଠାତ୍ ମହିଳା ଜଣକ ପିଲାକୁ କୋଳରେ ଧରି ପୋଲ ପାଖକୁ ଆସି ପାଣିକୁ ଡେଇଁବାକୁ ଉଦ୍ୟମ କରୁଛନ୍ତି। ଡ୍ରାଇଭର ଜଣକ ଦୌଡ଼ିଯାଇ ମହିଳାଙ୍କୁ ଏପରି ନକରିବାକୁ ଅଟକାଇ ପୋଲ ନିକଟରୁ ଟାଣି ଆଣିଥିଲେ । ଆଉ ତାଙ୍କ ସନ୍ତାନଙ୍କୁ ତାଙ୍କ ପାଖରୁ ଛଡ଼ାଇ ଆଣି ଗାଡ଼ି ଭିତରେ ପୂରାଇ ଦେଇଥିଲେ। ଫଳରେ ଦୁହିଁଙ୍କ ଜୀବନ ରକ୍ଷା ପାଇଯାଇଥିଲା।

ଜୀବନ ହେଉଛି ଭଗବାନଙ୍କ ଆର୍ଶୀବାଦ। ପୃଥିବୀରେ ଜନ୍ମ ହୋଇଛ ଯଦି ମୃତ୍ୟୁ ବି ଆସିବ ସୁନିଶ୍ଚିତ। ଆଉ ଏହି ଜୀବନରେ ସୁଃଖ ଦୁଃଖ ଲାଗିରହିଛି । ତେବେ କାହା ଜୀବନରେ ଦୁଃଖ ଲାଗି ରହିଛି ତ କାହା ଜୀବନ ସୁଃଖରେ ଚାଲିଛି । କିନ୍ତୁ ଏହି ସାମାନ୍ୟ ଦୁଃଖରେ କିଛି ଲୋକ ଭାଙ୍ଗି ପଡ଼ୁଛନ୍ତି ତ କିଛି ଲୋକ ସେ ଦୁଃଖକୁ ସାମ୍ନା କରି ଜୀବନରେ ଆଗକୁ ବଢ଼ୁଛନ୍ତି । ହେଲେ କାହା ଜୀବନରେ କେତେ ଦୁଃଖ ଅଛି ତାହା ଆମେ ଅନୁମାନ କରିପାରିବା ନାହିଁ । କିନ୍ତୁ ଏ ଜୀବନ ପ୍ରତି କିଏ ବୀତିସ୍ପୃହ ହୋଇ ନିଜ ଜୀବନକୁ ଶେଷ କରିଦେବାକୁ ଚାହୁଁଛି ତାହା ଜାଣି ପାରିବା ନାହିଁ ଯେ କେତେବେଳେ ସେହି ବ୍ୟକ୍ତି କେଉଁ ନିଷ୍ପତ୍ତି ନେବ। ହେଲେ ଆଖି ସାମ୍ନାରେ ଯଦି କେହି କିଛି କରୁଥିବା ଆମେ ଦେଖୁ ତାହାଲେ ତାକୁ ଅଟକାଇବାର କ୍ଷମତା ଆମ ପାଖରେ ରହିଛି । ସେମିତି ନ କରିବାକୁ ଆମେ ରୋକି ପାରିବା ।

ଆପଣ ଭାବୁଥିବେ ଆଜି ଆମେ ଜୀବନ ମୃତ୍ୟୁକୁ ନେଇ ଏପରି କାହିଁକି କହୁଛୁ। ନିିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ବଞ୍ଚି ପାରଛିି ୨ ଟି ମୁଲ୍ୟବାନ ଜୀବନ । ଯେଉଁ ଦୃଶ୍ୟ ଗାଡ଼ିର ସିସିଟିଭିରେ କଏଦ ହୋଇଛି । ବସ୍‌ ଆଗରେ ରାସ୍ତାରେ ମା ପୁଅ ସାଙ୍ଗ ହୋଇ ଯାଉଛନ୍ତି । ଏହି ସମୟରେ ହଠାତ୍ ମହିଳା ଜଣକ ପିଲାକୁ କୋଳରେ ଧରି ପୋଲ ପାଖକୁ ଆସି ପାଣିକୁ ଡେଇଁବାକୁ ଉଦ୍ୟମ କରୁଛନ୍ତି । ମହିଳାଙ୍କ ପଛରୁ ଯାଉଥିବା ଗାଡ଼ି ଡ୍ରାଇଭରଙ୍କ ନଜର ପଡ଼ିଥିଲା ମହିଳାଙ୍କ ଏପରି କାର୍ଯ୍ୟ ଉପରେ । ସେ ବସ୍‌ଟିକ୍‌ୁ ସେଇଠି ଅଟକାଇଥିଲେ ଡ୍ରାଇଭର ଜଣକ ଦୌଡ଼ିଯାଇ ମହିଳାଙ୍କୁ ଏପରି ନକରିବାକୁ ଅଟକାଇ ପୋଲ ନିକଟରୁ ଟାଣି ଆଣିଥିଲେ । ଆଉ ତାଙ୍କ ସନ୍ତାନଙ୍କୁ ତାଙ୍କ ପାଖରୁ ଛଡ଼ାଇ ଆଣି ଗାଡ଼ି ଭିତରେ ପୂରାଇ ଦେଇଥିଲେ । ଫଳରେ ଦୁହିଁଙ୍କ ଜୀବନ ରକ୍ଷା ପାଇଯାଇଥିଲା।

ଏ ଦୃଶ୍ୟ ଦେଖି ବସ୍‌ରେ ଥିବା ସମସ୍ତ ବ୍ୟକ୍ତି ଚକିତ ହୋଇଯାଇଥିଲେ । ପରେ ମହିଳାଙ୍କୁ ବୁଝା ସୁଝା ମଧ୍ୟ କରିଥିଲେ । ତେବେ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ @ThebestFigen ନାମକ ୟୁଜର ସେୟାର କରିଛନ୍ତି । ଭିଡିଓକୁ ଏ ପର୍ଯ୍ୟନ୍ତ ୮ ଲକ୍ଷ ରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬ ହଜାର ଲୋକ ଲାଇକ୍ କରିଛନ୍ତି ।
କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାର କେ କରିପାରିବ ବଳବନ୍ତ । ଜୀବନ ହାରିବାକୁ ଯାଉଥିବା ବେଳେ ବଞ୍ଚିଯାଇଛି ୨ଟି ଜୀବନ। ତେଣୁ ଭଗବାନଙ୍କ ନିର୍ଦ୍ଦେଶ ନଥିଲେ ଆମେ ଚାହିଁଲେ ବି ଆମ ଜୀବନ ହରାଇପାରିବା ନାହିଁ। ଏ ଜୀବନ ଭଗବାନଙ୍କ ଆର୍ଶୀବାଦ ତେଣୁ ଜୀବନ ନେବା ତାଙ୍କର ମଧ୍ୟ ଅଧିକାର। ଆମେ ଚାହିଁଲେ ବି କିଛି କରିପାରିବୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.