ବିନା ମୂଲ୍ୟରେ ଆଣନ୍ତୁ ନାହିଁ ଏହି ସବୁ ଜିନିଷ, ଘରେ ବଢିବ କଳହ

ଅଧିକାଂଶ ଲୋକ ଘରେ କିଛି ଜିନିଷ ସରିଗଲେ ପଡ଼ୋଶୀଙ୍କ ପାଖରୁ ନେଇ ଆସିଥାନ୍ତି । ଆଉ ସେଥିପାଇଁ କିଛି ଟଙ୍କା ଦେଇନଥାନ୍ତି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ରହିଛି, ଯାହାକୁ ବିନା ଟଙ୍କାରେ ଅନ୍ୟ କାହା ପାଖରୁ ଆଣିବା ଦ୍ବାରା ଘରର ସୁଖ ସମୃଦ୍ଧି ଦୂରେଇ ଯାଇଥାଏ ଓ ଆର୍ଥିକ ସଙ୍କଟ ଦେଖାଦିଏ । ଏହା ସହ ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା ଏହିସବୁ ଜିନିଷ ବିଷୟରେ...

ଅଧିକାଂଶ ଲୋକ ଘରେ କିଛି ଜିନିଷ ସରିଗଲେ ପଡ଼ୋଶୀଙ୍କ ପାଖରୁ ନେଇ ଆସିଥାନ୍ତି । ଆଉ ସେଥିପାଇଁ କିଛି ଟଙ୍କା ଦେଇନଥାନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ରହିଛି, ଯାହାକୁ ବିନା ଟଙ୍କାରେ ଅନ୍ୟ କାହା ପାଖରୁ ଆଣିବା ଦ୍ବାରା ଘରର ସୁଖ ସମୃଦ୍ଧି ଦୂରେଇ ଯାଇଥାଏ ଓ ଆର୍ଥିକ ସଙ୍କଟ ଦେଖାଦିଏ । ଏହା ସହ ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା ଏହିସବୁ ଜିନିଷ ବିଷୟରେ…

ଦହି: ବେଳେବେଳେ ପଡ଼ୋଶୀଙ୍କ ପାଖରୁ ଆମେ ଦହି ନେଇ ଆସିଥାଉ । କିନ୍ତୁ ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଓ ଦୁଃଖ ଆସିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଦହି ଏପରି ଏକ ପଦାର୍ଥ ଯାହାକୁ ଅନ୍ୟ କାହା ପାଖରୁ ବିନା ଟଙ୍କାରେ ଆଣିବା ଭଲ ହୋଇନଥାଏ । ଏହା ଦ୍ୱାରା ଘରେ ଅର୍ଥର ଅଭାବ ଦେଖାଯାଇଥାଏ ।

ଲୁଣ: କୁହାଯାଏ ଯେ, ଲୁଣ କାହା ପାଖରୁ ଆଣିବା ଦ୍ବାରା ଘରେ ଋଣ ବଢିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ, ଅନ୍ୟ କାହା ଠାରୁ ବିନା ମୂଲ୍ୟରେ ଲୁଣ ଆଣିବା ଦ୍ୱାରା ଶନି ଦେବ ରାଗିଥାନ୍ତି । ଏହା ସହ ଜୀବନରେ ରୋଗ ଓ ଅନେକ ସମସ୍ୟା ଆସିଥାଏ ।

ଦିଆସିଲି: ଅନ୍ୟ ପାଖରୁ ବିନା ଟଙ୍କାରେ ଦିଆସିଲି ଆଣିବା ଭଲ ହୋଇ ନଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଏପରି କରିବା ଦ୍ୱାରା ଘରେ ରାଗ ଓ କଳହ ବଢ଼ିଥାଏ ।

କଳା ଜିରା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କଳା ଜିରାର ସମ୍ପର୍କ ରାହୁ କେତୁ ଓ ଶନିଦେବଙ୍କ ସହ ଥାଏ । ଏହାକୁ ଅନ୍ୟ କାହା ପାଖରୁ ବିନା ମୂଲ୍ୟରେ ଆଣିବା ଦ୍ୱାରା ଜୀବନରେ ଅନାବଶ୍ୟକ ଖର୍ଚ୍ଚ ବଢ଼ିଥାଏ । ଏହାକୁ ଭୁଲ୍‌ରେ ବି ଶନିବାର ଦିନ କାହା ପାଖରୁ ଆଣନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.