Below header

ଘରର ଏକମାତ୍ର ସନ୍ତାନ କଲେ ଡିଏନଏ ଟେଷ୍ଟ, ଗୋଟେ ଝଟକାରେ ମିଳିଗଲେ ୬୫ ଭାଇ ଭଉଣୀ: ଜାଣନ୍ତୁ ରୋଚକ କାହାଣୀ

ଆମେରିକାରେ ମେରିଲ୍ୟାଣ୍ଡରେ ରହୁଥିବା ଯୁବତୀ ବ୍ରେନା କରିଥିଲେ ଡିଏନଏ ଟେଷ୍ଟ । ଘରର ଏକମାତ୍ର ସନ୍ତାନ ହୋଇଥିବାରୁ ଭାଇଭଉଣୀ ଆଉ କିଏ ଅଛନ୍ତି ବୋଲି ଭାବି ଡିଏନଏ ଟେଷ୍ଟ କରିଥିଲେ । କିନ୍ତୁ ପରେ ଜଣାପଡିଲା ଯୁବତୀ ଜଣକ ହିଁ ସ୍ପର୍ମ ଡୋନର ସହାୟତାରେ ଜନ୍ମ ହୋଇଛନ୍ତି ।

ଜୀବନରେ କେତେ ବେଳେ କ’ଣ ଘଟିଯାଏ, ତାହା କେହି କହିପାରିବେ ନାହିଁ । କିଛି ନୂଆ ଏବଂ ଆଶ୍ଚର୍ଯ୍ୟକର ଘଟଣା ମଧ୍ୟ ଘଟିଯାଇପାରେ । ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଜଣେ ଯୁବତୀଙ୍କ ସହିତ ଘଟିଛି । ଯୁବତୀ ଜଣକ ଡିଏନଏ ଟେଷ୍ଟ କରିବା ପରେ ତାଙ୍କର ୬୫ ଜଣ ଭାଇ ଭଉଣୀ ଥିବା ଜଣାପଡିଛି ।

ବ୍ରେନା ସପେର୍କୋ ନାମକ ଜଣେ ଯୁବତୀ ଆରେିକାର ମେରିଲ୍ୟାଣ୍ଡରେ ରହୁଥିଲେ । ସେ ତାଙ୍କ ବାପା ମା’ଙ୍କ ଏକମାତ୍ର ସନ୍ତାନ ଥିଲେ । ସେ ଭାଇ ଭଉଣୀ ସୁଖରୁ ବଞ୍ଚିତ ଥିଲେ । ଏମିତିରେ ସେ ଜାଣିବାକୁ ଚାହୁଁଥିଲେ କି, ତାଙ୍କର କୌଣସି ସଂପର୍କୀୟ ଭାଇଭଉଣୀ ରହିଛନ୍ତି କି ନାହିଁ । ତାଙ୍କ ସହିତ ଦେଖା ହେବାକୁ ଚାହୁଁଥିଲେ । ତେଣୁ ସେ ନିଜର ଡିଏନଏ ଟେଷ୍ଟ କରିଥିଲେ ।

ବ୍ରେନା ଡିଏନଏ ଟେଷ୍ଟ କରିବା ପରେ ପ୍ରଥମେ ତାଙ୍କର ୧୩ ଭାଇ ଭଉଣୀ ଥିବା ଜାଣିବାକୁ ପାଇଥିଲେ । ହ୍ଵାଟସଆପରେ ଫ୍ୟାମିଲ ଗ୍ରୁପରେ ଭାଇ ଭଉଣୀଙ୍କୁ ଯୋଡିଥିଲେ । ଆଉ ଶେଷରେ ତାଙ୍କୁ ୬୫ ଭାଇ ଭଉଣୀ ଥିବା ସେ ଜାଣିବାକୁ ପାଇଥିଲେ ।

ପ୍ରକୃତରେ ବ୍ରେନା ତାଙ୍କ ବାପା ମା’ଙ୍କ ଠାର ସ୍ପର୍ମ ଡୋନର ଜରିଆରେ ଜନ୍ମ ହୋଇଥିଲେ । ତେଣୁ ତାଙ୍କ ବାୟୋଲୋଜିକାଲ ବାପାଙ୍କର ଅନ୍ୟ ସନ୍ତାନ ମଧ୍ୟ ଥିଲେ । ଡିଏନଏ ଟେଷ୍ଟ କରିବା ପରେ ଏହା ଜାଣିବାକୁ ପାଇଥିଲେ ବ୍ରେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.