Below header

ଗୋଟିଏ ଡ୍ରେସକୁ ୧୦୦ ଦିନ ପିନ୍ଧି ରେକର୍ଡ ସୃଷ୍ଟି କଲେ ଯୁବତୀ, ଜାଣନ୍ତୁ କେମିତି କରୁଥିଲେ ମ୍ୟାନେଜ୍‌

ଯଦି ଆପଣଙ୍କୁ କିଏ ପଚାରିବ ଆପଣ ଗୋଟେ ଡ୍ରେସକୁ କେତେ ଦିନ ପିନ୍ଧି ପାରିବେ? ତେବେ ଆପଣ ଜବାବରେ କହିବେ ଅଧିକ ରୁ ଅଧିକ ଦୁଇ କିମ୍ବା ତିନି ଦିନ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏମିତି ଜଣେ ଯୁବତୀ ଅଛନ୍ତି ଯିଏ ଗୋଟେ ଡ୍ରେସକୁ ୩ ମାସରୁ ବି ଅଧିକ ସମୟ ଅର୍ଥାତ ୧୦୦ ଦିନ ଧରି ପିନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି। ଯାହା ଏବେ ଚାରିଆଡେ ଖୁବ୍‌ ଚର୍ଚ୍ଚା ସୃଷ୍ଟି କରିଛି।

bostenବ୍ରୋଷ୍ଟନରେ ଲଗାତର ୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ ପିନ୍ଧୁଥିବା ସାରା ରୋବିନ୍ସ କୋଲ ଗୋଟିଏ ଡ୍ରେସରେ ବିଭିନ୍ନ ପ୍ରକାର ଡିଜାଇନ୍‌ କରି ପିନ୍ଧିଛନ୍ତି। ସେ ଏହି ଟପକୁ କେବେ ସ୍କର୍ଟ ସହିତ ତ କେବେ ପ୍ୟାଣ୍ଟ ସହିତ ପିନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି। ଏମିତି ସେ ଏଥିପାଇଁ କରିଛନ୍ତି କାରଣ ୧୬ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ସେ ୧୦୦ ଦିନର ଡ୍ରେସ୍‌ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ।

girlଖବର ଅନୁଯାୟୀ ୧୦୦ ଦିନ ପର୍ଯ୍ୟନ୍ତ ସେହି ଗୋଟିଏ ଡ୍ରେସରେ ଯୁବତୀ ଜଣକ ସବୁ କାମ କରିପାରିବା ସହିତ କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ସେ ଏହି ୧୦୦ ଦିନର ଚ୍ୟାଲେଞ୍ଜକୁ ଆକସେପ୍ଟ କରିଥିଲେ। କାହିଁକିନା ଯେମିତି ସେ ବିନା ଲାଟେଷ୍ଟ ଫ୍ୟାସନରେ ରହିପାରିବେ। କପଡାକୁ ଅଧିକ ଧୋଇବା ଦ୍ୱାରା ଧରିତ୍ରୀକୁ କ୍ଷତି ପହଁଚାଉଛନ୍ତି, ଆଉ ଏହାଦ୍ୱାରା ଧରିତ୍ରୀକୁ ରକ୍ଷା କରାଯାଇହେବ।

dressଏହି ୧୦୦ ଦିନର ଡ୍ରେସ୍‌ ଚ୍ୟାଲେଞ୍ଜର ଆରମ୍ଭ ବ୍ରାଣ୍ଡ ଉଲ୍‌ ଆଣ୍ଡ କରିଥିଲା। ଯେଉଁ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ, ତାକୁ ବିଜୟ ପରେ ପୁରଷ୍କାର ସ୍ୱରୂପ ନୂଆ ଡ୍ରେସ୍‌ କ୍ରୟ କରିବା ପାଇଁ ୧୦୦ ଆମେରିକା ଡଲାର ଭାଉଚର ମିଳିଲା। ଏହି ଚ୍ୟାଲେଞ୍ଜର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନା କେବଳ ଗୋଟେ ଦିନରେ ଗୋଟେ ଡ୍ରେସ୍‌ ପିନ୍ଧିବାର ଥିଲା ବରଂ ଏପରି ଅଭ୍ୟାସକୁ ବିକସିତ କରିବାର ଥିଲା। ଯାହାଦ୍ୱାରା କପଡା ବନାଇବାରେ ସହଜ ଏବଂ ଧୋଇବାରର ଭାରକୁ କମ୍‌ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.