ବିନା ହାତ ଲଗାଇ ATM ରୁ କାଢିପାରିବେ ପଇସା, Intel ତିଆରି କଲା ଖାସ୍ ସିଷ୍ଟମ

Intel ନିକଟରେ ଏମିତି ଏକ ଟେକ୍ନୋଲୋଜି ଆବିଷ୍କାର କରିଛି, ଯେଉଁଥିରେ ବିନା ହାତ ଲଗାଇ ଏଟିଏମ୍ କିମ୍ବା କୌଣସି ସ୍ମାର୍ଟ ଡିଭାଇସକୁ ଖୋଲିପାରିବେ। କମ୍ପାନୀ ଏହାକୁ RealSense ID ନାମ ଦେଇଛି। ଏହା ଏକ ପ୍ରକାର ଫେସିଆଲ ରିକଗ୍ନିସନ ସିଷ୍ଟମ, ଯାହା ୟୁଜର୍ସଙ୍କୁ ଚିହ୍ନି କୌଣସି ବି ସ୍ମାର୍ଟ ଡିଭାଇସକୁ ଅନଲକ୍ କରିପାରିବ।

କମ୍ପାନୀ କହିବାନୁସାରେ, ଏହି ଡିଭାଇସକୁ ତିଆରି କରିବା ପାଇଁ ଆକ୍ଟିଭ ଡେପ୍ଥ ସେନ୍ସରର ବ୍ଯବହାର କରାଯାଇଛି। ଏଥିପାଇଁ ଡିଭାଇସକୁ ବ୍ଯବହାର ଏଟିଏମ୍, କିୟୋସ୍କ ଏବଂ ସ୍ମାର୍ଟ ଲକରରେ ସିକ୍ଯୁରିଟିକୁ ମଜବୁତ କରିବା ପାଇଁ କରାଯାଇପାରିବ। ଏହି ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ Intel ଏହାକୁ ମାର୍କେଟରେ ବିକ୍ରି ପାଇଁ ଉପଲବ୍ଧ କରିବ।

intel id

Intel ର ଏହି ଡିଭାଇସ ଅଥେଣ୍ଟିକେସନ ପ୍ରଣାଳୀକୁ ବହୁତ ମଜବୁତ କରିଥାଏ, ଯାହାଦ୍ବାରା ୟୁଜର୍ସଙ୍କ ଆଇଡି ଚୋରି ହେବାର ଭୟ ମଧ୍ୟ ନଥାଏ। ଏହି ଡିଭାଇସ ୟୁଜର ଚେହେରାରେ ସମୟ ସମୟରେ ହେବାକୁ ଥିବା ପରିବର୍ତ୍ତନକୁ ଲକ୍ଷ୍ଯ କରିଥାଏ। ଯଦି ଆପଣଙ୍କ ମୁହଁରେ ଦାଢ ବି ହୋଇଯାଇଥାଏ, ତେବେ ଏହି ଟେକ୍ନୋଲୋଜି ବ୍ଯକ୍ତିର ପରିଚୟ କରିପାରିବ। ଏହାର ଦାମ୍ ପାଖାପାଖି ୭,୩୦୦ ଟଙ୍କା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.