ଦେଶରେ ୭ଟି ବ୍ୟାଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଛି ଆକାଉଣ୍ଟ, ଜାଣନ୍ତୁ ସମୁଦାୟ କେତେ ସମ୍ପତ୍ତିର ମାଲିକ

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତି ତାଲିକା ଦେଇଛନ୍ତି । ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । CMO ୱେବସାଇଟରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି । ଦେଶରେ ୭ଟି ବ୍ୟାଙ୍କରେ ନବୀନଙ୍କ ରହିଛି ଆକାଉଣ୍ଟ । ବ୍ୟାଙ୍କ ଅଫ ଇଣ୍ଡିଆର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ଅଛି ।

ନବୀନଙ୍କ ପାଖରେ ରହିଛି ୨ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନା ଗହଣା । ଏବେ ବି ତାଙ୍କ ପାଖରେ ରହିଛି ୧୯୮୦ ମଡେଲର ଏକ ଆମ୍ବାସଡ଼ର କାର । ଏହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବ । ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର,ଦିଲ୍ଲୀ ଓ ହରିଆଣାରେ ଜମି ଓ କୋଠା ରହିଛି । ଫରିଦାବାଦ ଜମି ଓ କୋଠାର ମୂଲ୍ୟ ହେଉଛି ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ।

ନବୀନ ନିବାସରେ ନବୀନଙ୍କ ରହିଛି ଦୁଇ ତୃତୀୟାଂଶ ସେଆର । ନବୀନ ନିବାସରେ ତାଙ୍କ ସେଆରର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ନୂଆଦିଲ୍ଲୀ ସେଆରର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ । ଫରିଦାବାଦରେ ଥିବା ଜମି ବିକ୍ରି ଲାଗି ନବୀନ ୧ କୋଟି ୨୫ ଲକ୍ଷ ଅଗ୍ରୀମ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.