ପୋଷ୍ଟମାଟମ ରିପୋର୍ଟରୁ ଜଣା ପଡିଲା ସତ, ଗିରଫ ହେଲା ପତ୍ନୀହନ୍ତା ସ୍ବାମୀ

ଆନନ୍ଦପୁର (କେ ନ୍ୟୁଜ୍‌) : ଗତ ୪ତାରିଖ ରାତିରେ ବିବାହିତା ଜୟନ୍ତୀ ନାୟକଙ୍କ ସଂଦେହଜନକ ମୃତ୍ଯୁ ଉପରୁ ପରଦା ଉଠିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କେଶଦୁରାପାଳ ଗାଁରେ ଘଟିଥିବା ଏହି ଘଟଣାର ଏବେ ପର୍ଦ୍ଦାଫାସ୍‌ ହୋଇଛି । ପୋଷ୍ଟମାଟମ ରିପୋର୍ଟରେ ଜୟନ୍ତୀଙ୍କୁ ତଣ୍ଟି ଚିପି ହତ୍ଯା କରାଯାଇଥିବା ସ୍ପଷ୍ଟ ହେବା ପରେ ଅଭିଯୁକ୍ତ ସ୍ବାମୀ ବିପିନ ସାହୁଙ୍କୁ ଗିରଫ କରିଛି ପୋଲିସ୍ ।

ଗତ ୪ ତାରିଖ ରାତିରେ ସ୍ବାମୀ ସ୍ତ୍ରୀ’ଙ୍କ ମଧ୍ଯରେ ଝଗଡା ହେବାରୁ ବିପିନ୍ ଜୟନ୍ତୀର ପଛପଟୁ ବେକକୁ ଚିପି ଧରିଥିଲା । ସଜ୍ଞାହୀନ ଅବସ୍ଥାରେ ଜୟନ୍ତୀଙ୍କୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ମାତ୍ର ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ଜୟନ୍ତୀଙ୍କୁ ଯୌତୁକ ପାଇଁ ବିପିନ ମାଡ଼ ମାରିବା ସହ ମାନସିକ ଓ ଶାରୀରିକ ନିର୍ଯ୍ଯାତନା ଦେଉଥିବା ବାପଘର ଲୋକେ ଅଭିଯୋଗ କରିଥିଲେ। ଜୟନ୍ତୀର ହଠାତ୍ ମୃତ୍ଯୁ ଖବର ପାଇ ସେମାନେ ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ । ସେମାନେ ଝିଅକୁ ମାରି ଦିଆଯାଇଥିବା ନେଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଓ ପୋଷ୍ଟମାର୍ଟମ ରିପୋର୍ଟକୁ ଭିତ୍ତି କରି ପୋଲିସ୍ ବିପିନ ସାହୁକୁ ଗିରଫ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.