କ୍ୟାମେରାରେ କଏଦ ହେଲା କ୍ୟାମେରାମ୍ୟାନ୍‌ଙ୍କ ଲୁହ , ହତ୍ୟା ଧମକ ପରେ ବି ଛାଡିନଥିଲେ ନିଜ କର୍ମକୁ

ବାରମ୍ବାର ଧମକ୍ ପରେ ମଧ୍ୟ କରିଚାଲିଥିଲେ ନିଜ କର୍ମ । ଆମେ କହୁଛୁ କେରଳ ସାବରୀମାଳା ମନ୍ଦିରରେ ଘଟିଥିବା ହିଂସାକାଣ୍ଡ କଥା। ଯାହାକୁ ନେଇ ସାରା ଦେଶ ଏବେ ଉଠୁଛି ପଡୁଛି। ସୂଚନା ଅନୁଯାୟୀ ଏକ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ ଜଣେ ମହିଳା କ୍ୟାମେରାମ୍ୟାନ୍ କାନ୍ଦି କାନ୍ଦି ଭିଡିଓ ଶୁଟ୍ କରୁଥିବା ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ଖବର ସଂଗ୍ରହ କରୁଥିବା ଉକ୍ତ କ୍ୟାମେରା ପର୍ସନ୍‌ଙ୍କୁ ସାବାସୀ ନ ଦେଇ ରହି ପାରିବେନି। ଉକ୍ତ ମହିଳା ଜଣଙ୍କ ହେଉଛନ୍ତି କେରଳର ଏକ ଆଞ୍ଚଳିକ ନ୍ୟୁଜ୍ ଚ୍ୟାନେଲ୍ର କ୍ୟାମେରା ପର୍ସନ୍ ଶାଜିଲା ଅବ୍‌ଦୁଲ୍ଲା ରେହମାନ୍।

womenସାବରିମାଳାରେ ଚାଲିଥିବା ହିଂସାକାଣ୍ଡର ସେ ଭିଜୁଆଲ୍ ରେକର୍ଡିଂ ପାଇଁ ଯାଇଥିଲେ। କିନ୍ତୁ ସେଠାକାର ହିଂସାକାଣ୍ଡରେ ସେ ନିଜେ ଫସିଯାଇଥିଲେ। ନିକଟରେ ତାଙ୍କର ଏକ ଫଟୋ କେରଳର ଆଞ୍ଚଳିକ ଖବରକାଗଜରେ ଛପା ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଫଟୋରେ ଶାଜିଲା କାନ୍ଦୁଥିବା ଅବସ୍ତାରେ ହାତରେ କ୍ୟାମେରା ଧରି ଶୁଟିଂ କରୁଛନ୍ତି।

wo-1ଘଟଣା ଦିନ ଶାଜିଲା ରେହମାନ ସୁଟିଂ ପାଇଁ ଯାଇଥିବା ସମୟରେ ତାଙ୍କ ଉପରେ ହିନ୍ଦୁ ସଂଗଠନ ହାମଲା କରିଥିଲା।ଶାଜିଲାଙ୍କ କହିବା ଅନୁଯାୟୀ, ସାବରିମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ପରେ ହିନ୍ଦୁବାଦୀ ସଂଗଠନ ଦ୍ୱାରା ବନ୍ଦ ଡାକରାର କଭରେଜ୍ କରିଥିଲେ। ସେଠାରେ ଭିଡିଓ ରେକର୍ଡିଂ କରିବା ସମୟରେ କିଛି ଯୁବକ ତାଙ୍କୁ ଘେରି ଯାଇଥିଲେ ଏବଂ ପଛପଟୁ ଗୋଇଠା ମୁଥ ମାରୁଥିଲେ। ତଥାପି ସେ ନିଜ କର୍ମ କରିଚାଲିଥିଲେ। ଏହାପରେ ଉତ୍ୟକ୍ତକାରୀମାନେ ତାଙ୍କ ମୁଣ୍ଡ ଏହଂ ବେକ ଉପରେ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ବେକରେ ଟିକେ ଆଘାତ ଲାଗିଥିଲା ।

this_womanଏହାପରେ ସେମାନେ ତାଙ୍କ କ୍ୟାମେରା ଛଡାଇକୁ ଚେଷ୍ଟା କରିଥିଲେ। ଏବଂ ରେକର୍ଡ ହୋଇଥିବା ଭିଡ଼ିଓକୁ ଡିଲିଟ୍ କର ନ ହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତଥାପି ସେ କିଛି ଖାତିର କରିନଥିଲେ । ତେବେ ସେହି ସମୟରେ ଶାଜିଲା ଯନ୍ତ୍ରଣାରେ ରେକର୍ଡିଂ କରୁଥିବାର ଏକ ଫଟୋକୁ ଜଣେ ଫଟୋ ସାମ୍ବାଦିକ ଉଠାଇଥିଲେ ଏବଂ ଖବରକାଗଜରେ ବାହାର କରିଥିଲେ। ସେପଟେ ଶାଜିଲାଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ କେରଳ ପତ୍ରକାର ସଂଗଠନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.