ଦମଦାର୍ ଫୁଟ୍‌ବଲ୍‌ ମ୍ଯାଚ୍, ଶାଢ଼ି ପିନ୍ଧି ମଇଦାନକୁ ଓହ୍ଲାଇଲେ ମହିଳା

ମଧ୍ୟପ୍ରଦେଶର ଗ୍ବାଲିଅର ପୌର ନିଗମ ପକ୍ଷରୁ ଆୟୋଜିତ ଏକ ନିଆରା ଫୁଟ୍‌ବଲ୍‌ ଖେଳ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇଛନ୍ତି ମହିଳା ପ୍ରତିଯୋଗୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫୁଟ୍‌ବଲ୍‌ ଖେଳର ଏକ ଭିଡିଓ କ୍ଲିପିଂ ଏବଂ ଫଟୋ ଏବେ ବେଶ୍ ଭାଇରାଲ୍ ହେଉଛି।

ମଧ୍ୟପ୍ରଦେଶ: ସହନଶୀଳରତାର ସୁଶୀଳ ବାର୍ତ୍ତା ଦେଉଥିବା ନାରୀର ଥାଏ ଅନେକ ରୂପ। କେବେ ସେ ମା, କେବେ ଜୟା, ଆଉ କେବେ ଭଗିନୀ ତ ଆଉ କେତେବେଳେ ଶକ୍ତିସ୍ୱରୂପିଣୀ। ଆଜିକା ସମୟରେ ସବୁଠି ନାରୀ ତାର ଉପସ୍ଥିତି ଜାହିର୍ କରିସାରିଛି। ନାରୀ ଆଉ ଅବଳା କି ଦୁର୍ବଳା ନୁହଁ। ନାରୀ ଏବେ ସବୁ କିଛି କରି ଦେଖାଇବାରେ ସକ୍ଷପ। ଯାହାର ପୁଣ ଏକ ଉଦାହରଣ ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶର ଗ୍ବାଲିଅର ପୌର ନିଗମ ପକ୍ଷରୁ ଆୟୋଜିତ ଏକ ନିଆରା ଫୁଟ୍‌ବଲ୍‌ ଖେଳ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇଛନ୍ତି ମହିଳା ପ୍ରତିଯୋଗୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫୁଟ୍‌ବଲ୍‌ ଖେଳର ଏକ ଭିଡିଓ କ୍ଲିପିଂ ଏବଂ ଫଟୋ ଏବେ ବେଶ୍ ଭାଇରାଲ୍ ହେଉଛି। ‘ଶାଢ଼ି ପିନ୍ଧି ଗୋଲ୍‌’ ନାମକ ଏହି ପ୍ରତିଯୋଗିତାରେ କେବଳ ଗ୍ବାଲିଅର ଜିଲ୍ଲାର ମୋଟ ଆଠଟି ମହିଳା ଟିମ୍ ଭାଗ ନେଇଥିଲେ। ତେବେ ମହିଳା ଖେଳାଳି ମାନେ ଜର୍ସି ନୁହେଁ ବରଂ ଶାଢ଼ି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ।

ଗତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ୨୦ ବର୍ଷରୁ ୭୨ ବର୍ଷ ବୟସର ମହିଳା ଖେଳାଳିମାନେ ନିଜର ପ୍ରତିଭା ଦେଖାଥିଲେ। ପ୍ରତିଟି ମ୍ୟାଚ୍‌ ରୋମାଞ୍ଚକର ହେବା ସହ ଦର୍ଶକମାନେ ଏହାକୁ ଖୁବ୍ ଉତ୍ସାହ ସହକାରେ ଉପଭୋଗ କରିଥିଲେ। ଏହି ମ୍ୟାଚ୍‌ର ଏକ ଭିଡିଓ କ୍ଲିପିଂରେ ଗ୍ବାଲିଅର ପୌର ନିଗମର କମିସନର ଥିବା ଆଇଏଏସ୍‌ କିଶୋର କନ୍ୟାଲ୍‌ ଏକ ମ୍ୟାଚ୍‌ର ବିବରଣୀ ଦେଉଥିବା ବେଳେ ଖେଳାଳିମାନଙ୍କ ଫୁଟବଲ୍‌ ଖେଳୁଥିବାର ଦେଖିବାକୁ ମିଳିଥିଲା। ଖାସ୍ କରି ଏଥିରେ ସାମିଲ ହୋଇଥିବା ବୟସ୍କା ଖେଳାଳିମାନଙ୍କ ଉତ୍ସାହ ଅନ୍ୟମାନଙ୍କୁ ବେଶ ପ୍ରଭାବିତ କରିଥିଲା।

‘ଶାଢ଼ି ପିନ୍ଧ ଓ ନିଜକୁ ଫିଟ୍‌ ରଖ’ ବୋଲି ବାର୍ତ୍ତା ଦେଉଥିବା ଏହି ଜିଲ୍ଲାସ୍ତରୀୟ ଫୁଟବଲ ମ୍ୟାଚ୍‌ ସଫଳତାର ସହିତ ସମାପ୍ତ ହୋଇଥିଲା। ଯାହା ଆୟୋଜକଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଆସନ୍ତା ବର୍ଷ ଏହାକୁ ରାଜ୍ୟସ୍ତରୀୟ କରିବାକୁ ନିଷ୍ପତ୍ତି ନେଇଥିଲେ।