ଆଇପିଏଲ୍‌ ୨୦୨୩: ଆଜି ପରସ୍ପରକୁ ଟକ୍କର ଦେବେ ଶିଖର ଧଓ୍ଵନ ଓ ସଞ୍ଜୁ ସାମସନ

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ସ୍ଥାନୀୟ ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଦୁଇଟି ଯାକ ଟିମ୍‌ ପୂର୍ବରୁ ଗୋଟେ ଗୋଟେ ମ୍ୟାଚ ଜିତିସାରିଛନ୍ତି ।

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ସ୍ଥାନୀୟ ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଦୁଇଟି ଯାକ ଟିମ୍‌ ପୂର୍ବରୁ ଗୋଟେ ଗୋଟେ ମ୍ୟାଚ ଜିତିସାରିଛନ୍ତି । ପୂର୍ବରୁ ରାଜସ୍ଥାନ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନରେ ପରାସ୍ତ କରିଛି । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଡକ୍ୱର୍ଥ-ଲୁଇସରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ପରାସ୍ତ କରିଥିଲା।

ଯଶସ୍ବୀ ଜୟସଓ୍ଵାଲ, ଜୋସ ବଟ୍ଟଲର ଓ ଅଧିନାୟକ ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ ଙ୍କର ଭଲ ପ୍ରଦର୍ଶନ ରହିଛି। ତେଣୁ ସାମସନଙ୍କ ଦଳ ନିଜର ବ୍ରାଣ୍ଡ ଭାଲ୍ୟୁକୁ ବଜାୟ ରଖିବାକୁ ଭଲ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିବ। ବୋଲିଂରେ ଦ୍ରୁତ ବୋଲର ବୋଲ୍ଟଙ୍କ ସହ ସ୍ପିନର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି।

ପଞ୍ଜାବ କିଙ୍ଗସର ଅଧିନାୟକ ଶିଖର ଧୱନ ପୂର୍ବ ମ୍ୟାଚ୍‌ ଭଳି ଆଜିର ମ୍ୟାଚ ଜିତିବାକୁ ସମସ୍ତ ଚେଷ୍ଟା କରିବେ । ପ୍ରଥମ ମ୍ୟାଚରେ କୋଲକତାକୁ ହରାଇଥିଲା ପଞ୍ଜାବ । ଡକ୍ୱର୍ଥ-ଲୁଇସରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ପରାସ୍ତ କରିଥିଲା ପଞ୍ଜାବ ।

ରାଜସ୍ଥାନ ରୟାଲ୍ସ : ଜୋସ୍ ବଟଲର୍, ଯଶସ୍ୱୀ ଜୟସଓ୍ଵାଲ, ସଞ୍ଜୁ ସାମସନ୍, ଦେବଦତ୍ତ ପାଡିକ୍କିଲ, ରିୟାନ୍ ପାରାଗ, ଶିମ୍ରନ୍ ହେଟମିୟର, ଜେସନ ହୋଲ୍ଡର, ଟ୍ରେଣ୍ଟ ବୋଲ୍ଟ, ରବିଚନ୍ଦ୍ରନ ଅଶ୍ୱିନ, କେଏମ ଆସିଫ, ୟୁଜବେନ୍ଦ୍ର ଚହଲ।

ପଞ୍ଜାବ କିଙ୍ଗସ୍: ପ୍ରଭାସୀମରନ ସିଂ, ଶିଖର ଧୱନ, ଭାନୁକା ରାଜପକ୍ସା, ଜିତେଶ ଶର୍ମା , ସିକନ୍ଦର ରାଜା, ସାମ କୁରାନ, ଶାହାରୁଖ ଖାନ, କାଗିସୋ ରାବାଡା, ହରପ୍ରୀତ ବ୍ରା, ରାହୁଲ ଚା, ଅର୍ଶଦୀପ ସିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.