ଆପଣଙ୍କ ବଜେଟକୁ ଦେଖି ଶସ୍ତା ଫୋନ୍ ଲଞ୍ଚ୍ କଲା Nokia, ମିଳିବ ଦମଦାର ଫିଚର୍ସ
ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କଲା ନୋକିଆ । ଏଥିରେ ଦମଦାର ବ୍ୟାଟେରୀ ସହିତ ୮ଏମପି ରିୟର କ୍ୟାମେରା ମଧ୍ୟ ଦିଆଯାଇଛି । କମ୍ପାନୀ ଏହାକୁ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଲଞ୍ଚ୍ କରିଛି । ଯାହା ପ୍ରଥମ ଥର ସ୍ମାର୍ଟଫୋନ୍ ୟୁଜ୍ କରୁଥିବା ୟୁଜର୍ସଙ୍କ ପାଇଁ ଏକ ବହୁତ ଭଲ ଅପ୍ସନ ହୋଇପାରିବ ।

ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କଲା ନୋକିଆ । ଏଥିରେ ଦମଦାର ବ୍ୟାଟେରୀ ସହିତ ୮ଏମପି ରିୟର କ୍ୟାମେରା ମଧ୍ୟ ଦିଆଯାଇଛି । କମ୍ପାନୀ ଏହାକୁ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଲଞ୍ଚ୍ କରିଛି । ଯାହା ପ୍ରଥମ ଥର ସ୍ମାର୍ଟଫୋନ୍ ୟୁଜ୍ କରୁଥିବା ୟୁଜର୍ସଙ୍କ ପାଇଁ ଏକ ବହୁତ ଭଲ ଅପ୍ସନ ହୋଇପାରିବ । ସ୍ମାର୍ଟଫୋନରେ ଆପଣଙ୍କୁ କ୍ଲିନ୍ ୟୁଆଇ ଏକ୍ସପେରିୟନ୍ସ ମିଳିବ । ତେବେ ଆସନ୍ତୁ ଜାଣିବା ଏହାର ଡିଟେଲ୍ସ ।
ନୋକିଆ ଭାରତରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଦେଇଛି । ଏହି ହ୍ୟାଣ୍ଡସେଟ ନୋକିଆ ଇଣ୍ଡିଆର ଅଫିସିଆଲ େଓ୍ଵବସାଇଟରେ ଲାଇଭ୍ ହୋଇଯାଇଛି । ବ୍ରାଣ୍ଡର ଲାଟେଷ୍ଟ ଫୋନ୍ ନୋକିଆ ସି୧୨ ପ୍ଲସ ଏକ ଏଣ୍ଟ୍ରି ଲେବଲ ଡିଭାଇସ୍ ଅଟେ । କମ୍ପାନୀ ନିକଟରେ ଭାରତରେ ନୋକିଆ ସି୧୨ ପ୍ରୋ ପ୍ଲସକୁ ଲଞ୍ଚ୍ କରିଦେଇଛି । ବ୍ରାଣ୍ଡର ନୂଆ ଫୋନ୍ ସେହି ଲୋକଙ୍କ ପାଇଁ ଭଲ ଅପ୍ସନ ପ୍ରମାଣିତ ହୋଇପାରିବ । ଯେଉଁମାନେ ପ୍ରଥମ ଥର ପାଇଁ ସ୍ମାର୍ଟଫୋନ୍ କିଣୁଛନ୍ତି ।
ପ୍ଲସ ଭେରିୟଣ୍ଟର କଥା କହିବା ତ ଏଥିରେ ୬.୩ ଇଞ୍ଚର ବଡ ସ୍କ୍ରିନ, ଦମଦାର ଆକ୍ଟୋକୋର ପ୍ରୋସେସର, ୮ଏମପି ରିୟର କ୍ୟାମେରା ଏବଂ ଆଣ୍ଡ୍ରଏଡ ୧୨ (ଗୋ ଏଡିସନ୍) ଭଳି ଫିଚର୍ସ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ଦାମ୍ ଏବଂ ଫିଚର୍ସ ।
ନୋକିଆ ସି୧୨ ପ୍ଲସର ଦାମ୍
ନୋକିଆର ନୂଆ ସ୍ମାର୍ଟଫୋନ୍ ସିଙ୍ଗଲ ରାମ ଏବଂ ଷ୍ଟୋରେଜ୍ କନଫିଗେରେସନରେ ଆସିଥାଏ । ଆପଣ ଏହାକୁ ତିନିଟି କଲର ଅପ୍ସନରେ କିଣିପାରିବେ । ନୋକିଆ ସି୧୨ ପ୍ଲସରେ ୨ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜ୍ କନଫିଗେରେସନ୍ ମିଳିଥାଏ । ହ୍ୟାଣ୍ଡସେଟର ତିନିଟି କଲର ଅପ୍ସନରେ ରହିଛି ଚାରକୋଲ, ଡାର୍କ ସ୍ୟାନ୍ ଏବଂ ଲାଇଟ ମିଣ୍ଟରେ ଉପଲବ୍ଧ ହେବ । ଏହାର ଦାମ୍ ୭,୯୯୯ ଟଙ୍କା ରହିଛି ।
କମ୍ପାନୀ ଏହି ସ୍ମାର୍ଟଫୋନର ସେଲ୍ ଡେଟର ବି ଘୋଷଣା କରିନାହିଁ । ଧ୍ୟାନ ରଖିବେ ଯେ ଏହାର ପ୍ରୋ ଭ୍ୟାରିୟଣ୍ଟ ଅର୍ଥାତ୍ ନୋକିଆ ସି୧୨ ପ୍ରୋ ଭାରତରେ ୭,୪୯୯ ଟଙ୍କା ଦାମରେ ମିଳିଥାଏ । ଏହି ଦାମ୍ ଫୋନର ୩୨ଜିବି ରାମ ଭ୍ୟାରିୟଣ୍ଟରେ ରହିଛି ।
ଏବେ ଜାଣନ୍ତୁ ଫୋନର ସ୍ପେସିଫିକେସନ୍ସ
ନୋକିଆ ସି୧୨ ପ୍ଲସ ଆପଣଙ୍କ ବଜେଟକୁ ସୁହାଇଲା ଭଳି ହିଁ ଫୋନ୍ ଅଟେ । ଏହାକୁ କମ୍ପାନୀ ଆକର୍ଷକ ଡିଜାଇନ୍ ଦେଇଛି । ଏଥିରେ Unisoc ର ଆକ୍ଟୋକୋର ପ୍ରୋସେସରର ମିଳିଥାଏ । ସ୍ମାର୍ଟଫୋନରେ ୨ଜିବି ରାମ ଏବଂ ୩୨ିଜିବି ଷ୍ଟୋରେଜ୍ ମିଳିଥାଏ । ଷ୍ଟୋରେଜକୁ ଆପଣ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ବି ୨୫୬ଜିବି ପର୍ଯ୍ୟନ୍ତ ବଢ଼ାଇପାରିବେ ।
ଫୋନରେ ୬.୩ ଇଞ୍ଚର ଏଚଡି+ଡିସପ୍ଲେ ମିଳିବ । ଏଥିରେ ୮ଏମପି ରିୟର କ୍ୟାମେରା ଦିଆଯାଇଛି ଯାହା ଏଲଇଡି ଫ୍ଲାସ ସହିତ ଆସିଥାଏ । ସେହିପରି ଫ୍ରଣ୍ଟରେ କମ୍ପାନୀ ୫ମେଗାପିକ୍ସେଲର ସେଲଫି କ୍ୟାମେରା ଦେଇଛି । ଡିଭାଇସକୁ ପାଓ୍ଵାର ଦେବା ପାଇଁ ୪୦୦୦ମାହ ବ୍ୟାଟେରୀ ଦିଆଯାଇଛି । ଯଦିଓ ଏଥିରେ ଫାଷ୍ଟ ଚାର୍ଜିଙ୍ଗର କୌଣସି ଅପ୍ସନ ମିଳିନାହିଁ ।
ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ ୧୨ ଗୋ ଏଡସନ ଉପରେ କାମ କରିଥାଏ । ଏଥିରେ Wi-Fi 802.11b/g/n, Bluetooth 5.2, ମାଇକ୍ରୋ ୟୁଏବି ପୋର୍ଟ ଏବଂ ୩.୫ଏମଏମର ଅଡିଓ ଜ୍ୟାକ୍ ହୋଲ ମିଳିଥାଏ ।