ବର୍ଜ୍ୟ ବସ୍ତୁରୁ ସୁନ୍ଦର କଳାକୃତି ତିଆରି କରି ଏବେ ଚର୍ଚ୍ଚାରେ ବାଲିଝରି ଗ୍ରାମର ଗୀତାଞ୍ଜଳି
ବର୍ଜ୍ୟ ବସ୍ତୁରୁ ତିଆରି ହେଉଛି ନୂଆ ଉପକରଣ । ଏମିତି ସୁନ୍ଦର କଳାକୃତି ଗୁଡିକ ଦେଖି ଆଖି ଲାଖିଯାଉଛି। ଆମେ କହୁଛୁ କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିଝରି ଗ୍ରାମର ଗୀତାଞ୍ଜଳି ମହାରଣାଙ୍କ କଥା । ଯିଏ ଏବେ ବର୍ଜ୍ୟ ବସ୍ତୁରୁ ଘର ଉପକରଣ ତିଆରି କରି ଚର୍ଚ୍ଚାରେ।

ନରସିଂହପୁର(କେନ୍ୟୁଜ୍): ବର୍ଜ୍ୟ ବସ୍ତୁରୁ ତିଆରି ହେଉଛି ନୂଆ ଉପକରଣ । ଏମିତି ସୁନ୍ଦର କଳାକୃତି ଗୁଡିକ ଦେଖି ଆଖି ଲାଖିଯାଉଛି। ଆମେ କହୁଛୁ କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିଝରି ଗ୍ରାମର ଗୀତାଞ୍ଜଳି ମହାରଣାଙ୍କ କଥା । ଯିଏ ଏବେ ବର୍ଜ୍ୟ ବସ୍ତୁରୁ ଘର ଉପକରଣ ତିଆରି କରି ଚର୍ଚ୍ଚାରେ। ତେବେ କିଛି ମାସ ପୂର୍ବରୁ ଗୀତାଞ୍ଜଳି ୟୁଟୁବ୍ ରୁ ବିଭିନ୍ନ ଘର ଉପକରଣ ଜିନିଷ ତିଆରି କରିବା ଦେଖି ଦେଖି ସେଥିରେ ନିଜେ ଅନୁପ୍ରାଣିତ ହୋଇଥିଲେ । ଯାହାଫଳରେ ସେ ନିଜେ ଏବେ ସେସବୁ ଶିଖିବା ସହିତ ପଡୋଶୀ ମହିଳା ମାନଙ୍କୁ ତାଲିମ ଦେଉଛନ୍ତି। ଯାହା ଫଳରେ ସେ ଏବେ ଅଞ୍ଚଳରେ ବେଶ୍ ପରିଚିତ।
ପ୍ରଥମେ ପ୍ରଥମେ ବର୍ଜ୍ୟ ବସ୍ତୁ ସବୁକୁ ଦେଖି ଗୀତାଞ୍ଜଳିଙ୍କ ସ୍ଵାମୀ ରାଗୁଥିଲେ। ହେଲେ ପରବର୍ତ୍ତୀ ସମୟରେ ସେଥିରେ ବିଭିନ୍ନ ପ୍ରକାର ଫୁଲଦାନି , ଝାଡୁ , ନଡିଆଗଛ , ତଥା ବିଭିନ୍ନ ପ୍ରକାର ଟେବୁଲ ସଜା ସାମଗ୍ରୀ ଭଳି ଅନେକ ଘରଉପକରଣ କରିପାରୁଛନ୍ତି । ଏହାକୁ ଦେଖି ସ୍ଵାମୀ ଏବେ ବହୁତ ଖୁସି । ସ୍ତ୍ରୀଙ୍କ ପାଇଁ ନିଜେ ଯାଇ ହାଟବଜାରରୁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ,ଅଣ୍ଡା ଖୋଳ, ଥଣ୍ଡା ବୋତଲ ଆଦି କିଣି ଆଣି ଯୋଗାଇ ଦେଉଛନ୍ତି । ଏହା ସହିତ ବିଭିନ୍ନ ଘର ଉପକରଣ ତିଆରି କରିବା ସହିତ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିପାରୁଛନ୍ତି ।
ତେବେ ଆଗାମୀ ଦିନରେ ସରକାରଙ୍କ ତରଫରୁ ମିସନ ଶକ୍ତି ବିଭାଗ ମାଧ୍ୟମରେ ଯଦି କିଛି ବଡ ଧରଣର ତାଲିମ ସହିତ ଅନୁଦାନ ସହାୟତା ମିଳିପାରନ୍ତା ତେବେ ଏହି ମହିଳା ମା ମାନେ ଆଗକୁ ବଢିପାରିବେ ବୋଲି ସମସ୍ତେ ମତ ଦେଇଛନ୍ତି । ଏପଟେ ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିବାକୁ କହିଛନ୍ତି ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ କହିଛନ୍ତି।
ବର୍ଜ୍ୟ ବସ୍ତୁରୁ ନିଜର କଳା ମାଧ୍ୟମରେ ସୁନ୍ଦର ଘରୋଇ ଉପକରଣ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ରୋଜଗାର ଦେଇଛନ୍ତି ଗୀତାଞ୍ଜଳି। ଏମିତି ସୁନ୍ଦର କଳାକୃତି ତିଆରି କରି ଆହୁରୀ ଆଗକୁ ବଢିବା ପାଇଁ ଆଗାମୀ ଦିନରେ ଦରକାର ସରକାରୀ ସହାୟତା । ଯାହା ଦ୍ୱାରା ମହିଳାମାନେ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇ ପାରନ୍ତେ ।