ପାଞ୍ଚ ବର୍ଷ ସଂଘର୍ଷ ପରେ ସଫଳତାର ପାହାଚକୁ ଛୁଇଁଥିଲେ ସୋନୁ ନିଗମ, ଏହି ଗୀତ ଚମକାଇଥିଲା ଭାଗ୍ୟ

୩୦ ଜୁଲାଇ, ୧୯୭୩ରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିବା ସୋନୁ ନିଗମ ଆଜି ତାଙ୍କ ସ୍ୱର ସହିତ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି । କିନ୍ତୁ ଏହି ଯାତ୍ରା ପାର କରିବା ତାଙ୍କ ପାଇଁ ସହଜ ନଥିଲା । ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ କାମ ମଧ୍ୟ ମିଳୁନଥିଲା । ଲୋକମାନେ ତାଙ୍କୁ ତାଙ୍କ ଅଫିସରୁ ତଡ଼ି ଦେଉଥିଲେ ।

ସୋନୁ ନିଗମ ବଲିଉଡର ପ୍ରସିଦ୍ଧ ସିଙ୍ଗର । ତାଙ୍କୁ କିଏ ବା ନଜାଣେ । ତାଙ୍କ ଗୀତର ତାଳେ ତାଳେ ଫ୍ୟାନ୍ସମାନେ ସବୁକିଛି ଭୁଲି ଯାଆନ୍ତି । ତାଙ୍କ ଗୀତ ହୃଦୟସ୍ପର୍ଶୀ । ବଲିଉଡର ସମସ୍ତ ସିଙ୍ଗରଙ୍କ ମଧ୍ୟରୁ ସୋନୁଙ୍କ ସ୍ୱର ଭିନ୍ନ । ଏହି ପ୍ରସିଦ୍ଧ କଳାକାରଙ୍କ ଜନ୍ମ ଆଜି ଭଳି ଦିନରେ ହୋଇଥିଲା । ୩୦ ଜୁଲାଇ, ୧୯୭୩ରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିବା ସୋନୁ ନିଗମ ଆଜି ତାଙ୍କ ସ୍ୱର ସହିତ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି । କିନ୍ତୁ ଏହି ଯାତ୍ରା ପାର କରିବା ତାଙ୍କ ପାଇଁ ସହଜ ନଥିଲା । ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ କାମ ମଧ୍ୟ ମିଳୁନଥିଲା । ଲୋକମାନେ ତାଙ୍କୁ ତାଙ୍କ ଅଫିସରୁ ତଡ଼ି ଦେଉଥିଲେ । ଜନ୍ମଦିନର ଏହି ବିଶେଷ ଅବସରରେ, ଆମେ ସୋନୁଙ୍କ ଜୀବନ ଏବଂ ତାଙ୍କ ସଂଘର୍ଷ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ହୃଦୟକୁ ଛୁଇଁବ ।

ସୋନୁ ସ୍କୁଲରେ ପଢ଼ିବା ସମୟରେ ସଙ୍ଗୀତ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲେ । ଗୀତ ଗାଇବା ପାଇଁ ତାଙ୍କ ମନରେ ଆଗ୍ରହ ପ୍ରକାଶ ପାଇଥିଲା । ତେବେ କହି ରଖିବାକୁ ଚାହିଁବୁ ଯେ, ସୋନୁଙ୍କ ପିତା ଲୋକଙ୍କ ବିବାହ ସମାରୋହରେ ଗୀତ ଗାଉଥିଲେ । ଯେତେବେଳେ ସୋନୁଙ୍କୁ ଚାରି ବର୍ଷ ହୋଇଥିଲା, ସେହି ଦିନ ତାଙ୍କ ପିତା ଏକ ବିବାହ ମଞ୍ଚରେ ଗୀତ ଗାଇଥିଲେ, ପରେ ସୋନୁ ମଧ୍ୟ ଗୀତ ଗାଇବା ପାଇଁ କାନ୍ଦିବାକୁ ଲାଗିଥିଲେ । ଏହା ପରେ ସେ ପ୍ରତ୍ୟେକ ଶୋ’ରେ ତାଙ୍କ ପିତାଙ୍କ ସହ ଗୀତ ଗାଇବା ଆରମ୍ଭ କରିଥିଲେ।

୧୮ ବର୍ଷ ହେବା ପରେ ସୋନୁ ନିଗମ ମୁମ୍ବାଇ ଯିବା ପାଇଁ ବାହାରିଥିଲେ । ସେ ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇରେ ସଂଘର୍ଷ କରିଥିଲେ । ସେ ମ୍ୟୁଜିକ ଡାଇରେକ୍ଟରଙ୍କ ଅଫିସ ନିକଟରେ ଘୂରି ବୁଲୁଥିଲେ କିନ୍ତୁ ତାଙ୍କୁ ଅଫିସ ବାହାରୁ ହିଁ ବିଦା କରି ଦିଆଯାଉଥିଲା । ସୋନୁ ନିଗମଙ୍କୁ ପ୍ରଥମ ବ୍ରେକ ଫିଲ୍ମ ବର୍ଡରରୁ ମିଳିଥିଲା, ଯେଉଁଥିରେ ସେ, ‘ସନ୍ଦେଶେ ଆତେ ହେଁ’ ଗୀତ ଗାଇଥିଲେ । ଏହି ଗୀତରୁ ସୋନୁଙ୍କ କ୍ୟାରିୟର ଚମକି ଉଠିଥିଲା, ଯାହା ପରେ ସେ କେବେ ପଛକୁ ବୁଲି ଚାହିଁ ନଥିଲେ ।

ସନ୍ଦେଶେ ଆତେ ହେଁ ଗୀତର ସଫଳତା ପରେ ସୋନୁ ସଫଳତାର ସିଢ଼ି ଚଢ଼ିବାକୁ ଲାଗିଥିଲେ । ଏହା ପରେ ସେ ଯେତେବେଳେ ଗୀତ ଗାଇଥିଲେ, ତାହା ସୁପରହିଟ ହିଁ ହୋଇଥିଲା । ପୂର୍ବରୁ ସମୟ ଏପରି ଥିଲା ତାଙ୍କ ଗୀତ ବିନା ସମସ୍ତ ଫିଲ୍ମ ଖାଲି ଖାଲି ଲାଗୁଥିଲା । ତାଙ୍କ ସ୍ୱରର ଯାଦୁ ଦର୍ଶକଙ୍କୁ ମୋହିତ କରିଥିଲା । ତାଙ୍କ ଗୀତ ଏବେ ମଧ୍ୟ ଲୋକଙ୍କ ମନରେ ଶିହରଣ ସୃଷ୍ଟି କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.