‘ଗ୍ଲୋବାଲ୍ ୱାର୍ମିଙ୍ଗର ଯୁଗ ଶେଷ, ଆରମ୍ଭ ହୋଇଛି ଗ୍ଲୋବାଲ୍ ବୟଲିଙ୍ଗ୍ର ଯୁଗ’; ଜଳବାୟୁ ପରିବର୍ତ୍ତନକୁ ନେଇ ଏମିତି ଚେତାବନୀ ଦେଲେ UN ମୁଖ୍ୟ
‘ଗ୍ଲୋବାଲ୍ ୱାର୍ମିଙ୍ଗର ଯୁଗ ସମାପ୍ତ ହୋଇଛି ଏବଂ ଆରମ୍ଭ ହୋଇଛି ଗ୍ଲୋବାଲ୍ ବୟଲିଙ୍ଗ୍ (ଫୁଟିବା)ର ଯୁଗ। ମାନବତା ଇତିହାସର ଏହା ହେଉଛି ସବୁଠାରୁ ଉତ୍ତପ୍ତ ସମୟ। ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଏବଂ ୟୁରୋପର ବଡ଼ ଭାଗ ବର୍ତ୍ତମାନ ସମୟରେ ଭୟଙ୍କର ଗରମରେ ଯୁଝି ହେଉଛି’।

‘ଗ୍ଲୋବାଲ୍ ୱାର୍ମିଙ୍ଗର ଯୁଗ ସମାପ୍ତ ହୋଇଛି ଏବଂ ଆରମ୍ଭ ହୋଇଛି ଗ୍ଲୋବାଲ୍ ବୟଲିଙ୍ଗ୍ (ଫୁଟିବା)ର ଯୁଗ। ମାନବତା ଇତିହାସର ଏହା ହେଉଛି ସବୁଠାରୁ ଉତ୍ତପ୍ତ ସମୟ। ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଏବଂ ୟୁରୋପର ବଡ଼ ଭାଗ ବର୍ତ୍ତମାନ ସମୟରେ ଭୟଙ୍କର ଗରମରେ ଯୁଝି ହେଉଛି। ସମଗ୍ର ବିଶ୍ୱ ପାଇଁ ଏହା ସବୁଠୁ ବିପଦର ସମୟ’।
ସମଗ୍ର ବିଶ୍ୱବାସୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ମିଳିତ ଜାତିସଂଘ (UN)ର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ୍। ସେ କହିଛନ୍ତି, ସମସ୍ତ ବୈଜ୍ଞାନିକ ଏକମତ ଯେ ବିଶ୍ୱର ଏଭଳି ଅବସ୍ଥା ପାଇଁ ମଣିଷ ହିଁ ଦାୟୀ। ଜୁଲାଇର ଶେଷ ତିନି ସପ୍ତାହ ଏ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଉତ୍ତପ୍ତ ସପ୍ତାହ ହୋଇଛି। ଏହି କାରଣରୁ ଜୁଲାଇ ଦୁନିଆର ସବୁଠାରୁ ଗରମ ମାସ ହେବାକୁ ଯାଉଛି।
ଦି ଗାର୍ଡିଆନ୍ର ରିପୋର୍ଟ ମୁତାବକ, ଗୁଟେରେସ୍ କହିଛନ୍ତି ଯେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଭୟଙ୍କର ହେବାକୁ ଯାଉଛି ଏବଂ ଏହା କେବଳ ଆରମ୍ଭ ମାତ୍ର। ବାରମ୍ବାର ଚେତାବନୀ ଏବଂ ଭବିଷ୍ୟବାଣୀ ସତ୍ତ୍ୱେ ସ୍ଥିତି ଏଭଳି ରହିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା, ଜଳବାୟୁ ପରିବର୍ତ୍ତନ କେତେ ଦ୍ରୁତଗତିରେ ହେବ।
ଏହି ପରିପ୍ରେକ୍ଷୀରେ UN ମୁଖ୍ୟ ବିଶ୍ୱର ନେତାମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଗୁଟେରେସ୍ କହିଛନ୍ତି, ବିଶ୍ୱର ବର୍ଦ୍ଧିତ ତାପମାତ୍ରାକୁ ଏବେ ମଧ୍ୟ ୧.୫ ଡିଗ୍ରୀ ସେଲ୍ସିୟସରେ ରୋକାଯାଇ ପାରିବ। ଜଳବାୟୁ ପରିବର୍ତ୍ତନର ବିପଜ୍ଜନକ ପ୍ରଭାବରୁ ଏବେ ମଧ୍ୟ ରକ୍ଷା ପାଇବା ସମ୍ଭବପର। କିନ୍ତୁ ଏଥିପାଇଁ ତୁରନ୍ତ ଏ ଦିଗରେ କାମ କରିବାକୁ ହେବ।
ସେପଟେ ବୈଜ୍ଞାନିକମାନଙ୍କ କହିବା ହେଲା, ୨୦୨୩ରେ ଯେଉଁଠି ପ୍ରବଳ ଗରମ ହେତୁ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି, ସେଠି ୨୦୨୪ରେ ଏହାଠାରୁ ଅଧିକ ସମସ୍ୟା ହୋଇପାରେ। ୨୦୨୪ରେ ଆହୁରି ଅଧିକ ଉତ୍ତାପ ଅନୁଭବ ହୋଇପାରେ। ଆଗାମୀ ସମୟରେ ମଣିଷ ସହିତ ଜୀବଜନ୍ତୁମାନଙ୍କର ବି ପୃଥିବୀ ପୃଷ୍ଠରେ ରହିବା କଷ୍ଟକର ହୋଇପଡ଼ିବ।
Welcome To The ‘Era Of Global Boiling’
‘The era of global warming has ended, the era of global boiling has arrived,’ – UN Secretary-General Antonio Guterres warned that climate change has reached a ‘terrifying’ level, with July on track to become Earth’s hottest month on record.… pic.twitter.com/LLmki1BGWy
— Soumyajit Pattnaik (@soumyajitt) July 30, 2023