Below header

UALB ଆକାଉଣ୍ଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ଧାରଣା

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା। ଅର୍ବାନ୍‌ ଲୋକଲ ବଡ଼ି ବା UALB ଆକାଉଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ

ଭଦ୍ରକ(କେନ୍ୟୁଜ୍): ପୁଣି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା। ଅର୍ବାନ୍‌ ଲୋକଲ ବଡ଼ି ବା UALB ଆକାଉଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଅଭିଯୋଗରେ ଗେଟ୍‌ ଆଗରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଘଟମାସ୍ଥଳରେ ପୋଲିସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରୁଛି।

ପରୀକ୍ଷା ସକାଳ ୧୦ ଟା ରୁ ଆରମ୍ଭ ହୋଇ ଦିନ ୧୨  ଟା ପର୍ଯ୍ଯନ୍ତ ହେଉଥିଲା। ସେଥିପାଇଁ ପରୀକ୍ଷାର୍ଥୀ ମାନେ ଠିକ ଟାଇମରେ ପରୀକ୍ଷା କେନ୍ଦ୍ର ଯାଇଥିଲେ।  ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲା ହୋଇଥିବା ଜାଣି ୨୧,୨୨,୨୩ ରୁମରେ  ୫୦ ଜଣରୁ  ଉର୍ଦ୍ଧ୍ବ ପରୀକ୍ଷାର୍ଥୀମାନେ ପରୀକ୍ଷା ନ ଦେଇ ଗେଟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନୀ କରୁଛନ୍ତି। ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି,ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରର ସିଲ ପରୀକ୍ଷାର୍ଥୀଙ୍କ ସମ୍ମୁଖରେରେ ଖୋଲା ଯିବା କଥା, କିନ୍ତୁ ଏହି ପ୍ରଶ୍ନପତ୍ର ପୂର୍ବରୁ ଖୋଲା ଥିବାରୁ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।  ପରୀକ୍ଷାର୍ଥୀ ମାନେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କର୍ତ୍ତୃପକ୍ଷ କହିଛନ୍ତି ସେପଟେରୁ ଖୋଲା ହୋଇ ଆସିଥିବା ନେଇ ପରୀକ୍ଷାର୍ଥୀ କହିଛନ୍ତି।  ଏହି ଘଟଣାକୁ ନେଇ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ନାରାବାଜି ଦେବା ସହ ଧାରଣାରେ ବସିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଟିମ ସହ ଉପଜିଲ୍ଲାପାଳ ମନୋଜ ପାତ୍ର ପହଞ୍ଚି କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ଏହି କଲେଜରେ ମୋଟ ୬୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.