Below header

ଉପକୃତ ହେବେ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ମହିଳା

ମହିଳା ମାନଙ୍କ ବିକାଶ ଏବଂ ଶସକ୍ତି କରଣ ଉପରେ ରାଜ୍ୟ ସରକାର ସବୁ ବେଳେ ସର୍ବାଧିକ ପ୍ରାଥମିକତା ଦେଇ ଆସୁଥିବା ବେଳେ ଏବେ ସେମାନଙ୍କ ପାଇଁ ଘୋଷଣା କରିଛନ୍ତି ସ୍କୁଟର ଯୋଜନା । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଏହି ଯୋଜନାରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ସେଇଥିପାଇଁ ବ୍ୟଙ୍କରର୍ସ ଏବଂ ବିଭିନ୍ନ ସ୍କୁଟର ବିକ୍ରେତା କମ୍ପାନୀଙ୍କୁ ନେଇ ଚାଲିଛି ସ୍କୁଟର ଋଣ ମେଳା ।

ସୁବର୍ଣ୍ଣପୁର(କେନ୍ୟୁଜ୍): ମହିଳା ମାନଙ୍କ ବିକାଶ ଏବଂ ଶସକ୍ତି କରଣ ଉପରେ ରାଜ୍ୟ ସରକାର ସବୁ ବେଳେ ସର୍ବାଧିକ ପ୍ରାଥମିକତା ଦେଇ ଆସୁଥିବା ବେଳେ ଏବେ ସେମାନଙ୍କ ପାଇଁ ଘୋଷଣା କରିଛନ୍ତି ସ୍କୁଟର ଯୋଜନା । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଏହି ଯୋଜନାରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ସେଇଥିପାଇଁ ବ୍ୟଙ୍କରର୍ସ ଏବଂ ବିଭିନ୍ନ ସ୍କୁଟର ବିକ୍ରେତା କମ୍ପାନୀଙ୍କୁ ନେଇ ଚାଲିଛି ସ୍କୁଟର ଋଣ ମେଳା ।

ଭଳିକି ଭଳି ବିଭିନ୍ନ କମ୍ପାନୀର ସ୍କୁଟର । ବ୍ୟାଟେରୀ ଚାଳିତ ହେଉ ଅବା ପେଟ୍ରୋଲ ଚାଳିତ ନିଜ ମନ ପସନ୍ଦର ସ୍କୁଟର ଚୟନ କରୁଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ସହାୟିକା ଓ ପରିଚାଳିକାମାନେ । କେହି କେହି ସ୍କୁଟର ଚଢି ଟ୍ରାଏଲ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ କମ୍ପାନୀର ସ୍କୁଟର ବିକେତ୍ରା ନିଜ ନିଜର ସ୍କୁଟର ଫିଚର ବିଷୟରେ ମହିଳାଙ୍କୁ ଅବଗତ କରି ବୁଝାଉଛନ୍ତି । ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏକ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ନେଇ କିଭଳି ମନ ପସନ୍ଦର ସ୍କୁଟର କିଣିବେ ସେନେଇ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ବି ବେଶ ଆଶାବାଦୀ ଥିବାବେଳେ ହାତ ପାହାନ୍ତାରେ ସ୍କୁଟର ପାଇ ବେଶ ଖୁସି ଅଛନ୍ତି । ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମହିଳାଙ୍କୁ ସଶକ୍ତି କରଣ କରିବା ପାଇଁ ସରକାରୀ ସ୍ତରରେ କରାଯାଉଛି ଅନେକ ଯୋଜନା । ଗୋଷ୍ଠୀ ସ୍ତରୀୟ କ୍ୟାଡର ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ ଦ୍ଵାରା ନିୟୋଜିତ ହୋଇ ନିଜ ନିଜ ଗ୍ରାମ ପଂଚାୟତରେ ବ୍ୟାଙ୍କ ଶାଖା,ଗ୍ରାମ ପଂଚାୟତ ଅନୁଷ୍ଠାନ,ଦକ୍ଷତା ବିକାଶ,ଆର୍ଥିକ ଅର୍ନ୍ତଭୁକ୍ତି କରଣ,ଜୀବୀକା ପ୍ରୋସାହନ,ଏମଆଇଏସ ପାଇଁ ତଥ୍ୟ ସଂଗ୍ରହ ଆଦି କାର୍ଯ୍ୟରେ ନିୟୋଜନ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ । ଏଥିପାଇଁ କିଏ ଚାଲି ଚାଲି ଯାତାୟତ କରୁଥିବା ବେଳେ ଆଉ କିଏ ସାଇକେଲରେ ଯାତାୟତ କରିଥାନ୍ତି । ତେଣୁ ଏମାନଙ୍କର କାର୍ଯ୍ୟଦକ୍ଷତାକୁ ସରଳୀ କରଣ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଋଣ ମାଧ୍ୟମରେ ସ୍କୁଟର ଯୋଗାଇ ଦେବାପାଇଁ ଯୋଜନା ବାହାର କରିଛନ୍ତି ।

vehicle

ଏନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସଭାପତିତ୍ଵରେ ସ୍କୁଟର ଋଣ ମେଳାର ଆୟୋଜନ କରାଯାଇଥିଲା । ଏଥିରେ କୋ-ଅପରେଟିଭ ବ୍ୟାଙ୍କ ,ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ,ଭାରତୀୟଷ୍ଟେଟ ବ୍ୟାଙ୍କ,ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ଅଧିକାରୀ ମାନେ ଆସି ସ୍କୁଟର ଋଣ ଯୋଜନା ଉପରେ ଅବଗତ କରିଥିଲେ । ରାଜ୍ୟ ସରକାରଙ୍କର ଏହି ଯୋଜନାକୁ କିଭଳି ଶତପ୍ରତିଶତ ସଫଳ ହେବ ସେନେଇ ସମସ୍ତେ ଆଶାବାଦୀ ଅଛନ୍ତି।

ମିଶନ ଶକ୍ତି ମହିଳାଙ୍କୁ ଖୁସି ଯୋଗାଇଲା ମୁଖ୍ୟମନ୍ତ୍ରୀଙ୍କ ସ୍କୁଟର ଯୋଜନା । ଉପକୃତ ହେବେ ଜିଲ୍ଲାର ଏକ ହଜାରରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସିଆରପି,ଏମବିକେ,ଇସି ମେମ୍ୱର ଭଳି ସଦସ୍ୟା । ସୁବର୍ଣ୍ଣପୁର ଜିଲ୍ଲାରେ ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା କରାଯାଇଥିବାବେଳେ ଏସବୁ ଭିତରେ ଏବେ ସବୁଠୁ ଆଗରେ ଏହି ମିଶନ ଶକ୍ତି ସ୍କୁଟର ଋଣ ମେଳା ଯୋଜନା । ମହିଳା ମାନେ ସହଜରେ ଯାତାୟତ କରିବାସହ କମ ସମୟରେ ଅଧିକ ସ୍ଥାନକୁ ଯାଇ ସୁବିଧାରେ କାମ କରିପାରିବେ । ଯାହା ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ବିକାଶ ହେବ ନିଶ୍ଚୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.